ଲକ୍ଷାଧିକ ଟଂକାର ମୋବାଇଲ ଚୋରି
ବୀରମହାରାଜପୁରର ବସଷ୍ଟାଣ୍ଡ ନିକଟରେ ଥିବା ଏକ ମୋବାଇଲ ଦୋକାନରୁ ୪୭ଟି ଦାମୀ ମୋବାଇଲ ଚୋରି ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି ।
ଘଟଣାସ୍ଥଳରେ ପୁଲିସ ଟିମ୍ ପହଂଚି ଏହାର ତଦନ୍ତ ଜାରି ରଖିଛି ।
ଏହି ଦାମୀ ମୋବାଇଲଗୁଡ଼ିକୁ ଦୋକାନର କାନ୍ଥକୁ ସିନ୍ଧି କରି ଚୋର ଚୋରି କରିନେଇଥିବା ଦେଖାଯାଇଛି ।
ଏନେଇ ଦୋକାନରେ ଲାଗିଥିବା ସିସିଟିଭି ଫୁଟେଜରୁ ଜଣାପଡ଼ିଛି ।
ଦୋକାନ ବନ୍ଦ କରିଯିବା ପରେ ଚୋରମାନେ ଦୋକାନର କାନ୍ଥକୁ କଣା କରି ସେଥିରେ ପଶି ଦୋକାନ ଭିତରୁ ୪୭ଟି ଦାମୀ ମୋବାଇଲ ସହ କ୍ୟାସବାକ୍ସରେ ଥିବା ପ୍ରାୟ ୧୫ ହଜାର ଟଙ୍କା ଲୁଟି ନେଇଥିବା ଦୋକାନୀ ବୀରମହାରାଜାପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।