ବାଲିଅନ୍ତା ସୌମ୍ୟ ହତ୍ୟାକାଣ୍ଡ
ତଦନ୍ତ କରିବ ୨ଟି କ୍ରାଇମବ୍ରାଂଚ ଟିମ୍
ବହୁ ଚର୍ଚ୍ଚିତ ବାଲିଅନ୍ତା ସୌମ୍ୟରଂଜନ ହତ୍ୟାକାଣ୍ଡ ଘଟଣାର ତଦନ୍ତ କରିବ ୨ଟି କ୍ରାଇମବ୍ରାଂଚ ଟିମ୍ । ଗୋଟିଏ ଟିମ୍ ବାଲିଅନ୍ତା ଥାନାରେ ତଦନ୍ତ କରିବ ଏବଂ ଅନ୍ୟଟି ଘଟଣାସ୍ଥଳକୁ ଯିବ ବୋଲି କ୍ରାଇମବ୍ରାଂଚ ଡିଆଇଜି ବି.ଗଙ୍ଗାଧର କହିଛନ୍ତି ।
ଏହି ବହୁ ଚର୍ଚ୍ଚିତ ହତ୍ୟାକାଣ୍ଡର ତଦନ୍ତ ପାଇଁ ୧୦ ଜଣ ଦକ୍ଷ ଅଧିକାରୀଙ୍କୁ ନେଇ ୨ଟି ଟିମ୍ ଗଠନ କରାଯାଇଛି ।
ଏହି ଦୁଇ କ୍ରାଇମବ୍ରାଂଚ ଟିମ୍ ମୃତ ସୌମ୍ୟରଂଜନଙ୍କ ବିରୋଧରେ ଲାଗିଥିବା ଦୁଷ୍କର୍ମ ଏବଂ ତାଙ୍କୁ କାହିଁକି ହତ୍ୟା କରାଗଲା ଓ ହତ୍ୟାବେଳେ ସେଠାରେ ଉପସ୍ଥିତ ପୁଲିସକର୍ମୀ ଘଟଣାକୁ ରୋକିବାରୋ କାହିଁକି ଅବହେଳା କରିଥିଲେ ତା’ର ତଦନ୍ତ କରିବ ।
ଏଥିସହ ଏହି ହତ୍ୟାକାଣ୍ଡରେ ଗିରଫ ୧୧ ଅଭିଯୁକ୍ତମାନଙ୍କୁ ଆବଶ୍ୟକ ପଡ଼ିଲେ ରିମାଣ୍ଡରେ ଆଣି ପୁଲିସ ପଚରାଉଚରା କରିବ ବୋଲି କ୍ରାଇମବ୍ରାଂଚ ଡିଆଇଜି କହିଛନ୍ତି ।
ତଦନ୍ତରେ ସାଇଂଟିଫିକ, ସାଇବର ଟିମ ଓ ଡଗ୍ ସ୍କ୍ୱାର୍ଡକୁ ସାମିଲ କରାଯାଇଥିବା ସେ କହିଛନ୍ତି ।
ଏହି କ୍ରମରେ ରବିବାର କ୍ରାଇମବ୍ରାଂଚ ଏସପି ଏସପି ଅନିରୁଦ୍ଧ ରାଉତରାୟ ନେତୃତ୍ୱରେ ଏକ ଟିିମ୍ ବାଲିଅନ୍ତା ଥାନାରେ ପହଂଚିଛି ।
ତଥ୍ୟ ଏବଂ ସତ୍ୟ ଆଧାରରେ ତଦନ୍ତ ହେବ ବୋଲି କ୍ରାଇମବ୍ରାଂଚ ଏସପି କହିଛନ୍ତି ।