କମିଲା ମୁଖ୍ୟମନ୍ତ୍ରୀଙ୍କ କାରକେଡ ଗାଡ଼ି ସଂଖ୍ୟା
ମଧ୍ୟପ୍ରାଚ୍ୟରେ ଯୁଦ୍ଧ ସ୍ଥିତି ଯୋଗୁଁ ସମଗ୍ର ବିଶ୍ୱ ତୈଳ ସଂକଟ ନେଇ ଚିନ୍ତାରେ ପଡ଼ିଛନ୍ତି । ଏହାରି ଭିତରୁ ବାଦ ପଡ଼ିନାହିଁ ଭାରତ ।
ଭାରତରେ ଦିନକୁ ଦିନ ତୈଳ ସଂକଟ ଦେଖା ଦେଉଥିବାରୁ ଚିନ୍ତାରେ କେନ୍ଦ୍ର ସରକାର ।
ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ବିଭିନ୍ନ ଖର୍ଚକାଟ, ବିଶେଷ କରି ପେଟ୍ରୋଲ ବ୍ୟବହାର କମ କରିବାକୁ ଆହ୍ୱାନ ଦେଇଛନ୍ତି ।
ଏହ ି ଆହ୍ନାନକୁ ସ୍ୱାଗତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସେ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନକୁ ସମ୍ମାନ ଦେଇ କାରକେଡ ଅଧା କଲେ । ନିଜ ବ୍ୟକ୍ତିଗତ ସୁରକ୍ଷା ପାଇଁ ଯାଉଥିବା ଗାଡ଼ିଗୁଡ଼ିକୁ କମ କରି ଅଧା କରି ଦେଇଛନ୍ତି ।
ଅଧିକ ମାତ୍ରାରେ ପବ୍ଲିକ ଟ୍ରାନ୍ସପୋର୍ଟ ବ୍ୟବହାର ପାଇଁ ରାଜ୍ୟବାସୀଙ୍କୁ ନିବେଦନ କରିଛନ୍ତି । କେବଳ ଆବଶ୍ୟକ ସ୍ଥଳରେ ଗାଡ଼ି ବ୍ୟବହାର କରି ଅନାବଶ୍ୟକ ବ୍ୟବହାର ବନ୍ଦ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।
ଏହା ସହିତ ସୁନା କିଣିବ ଓ ଅନାବଶ୍ୟକ ବିଦେଶଗସ୍ତ ନ କରିବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।