ମୁଲାୟମ ସିଂହ ଯାଦବଙ୍କ ସାନପୁଅଙ୍କ ଦେହାନ୍ତ
ଉତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂହ ଯାଦବଙ୍କ ସାନପୁଅ ପ୍ରତୀକ ଯାଦବଙ୍କ ବୁଧବାର ସକାଳେ ଦେହାନ୍ତ ହୋଇଯାଇଛି ।
ତାଙ୍କୁ ଲକ୍ଷ୍ନୌର ସରକାରୀ ହାସପାତାଳକୁ ଅଣାଯାଇଥିଲା । ଯେଉଁଠାରେ ହାସପାତାଳ ନିର୍ଦେଶକ ଡ. ଜିପି ଗୁପ୍ତା ତାଙ୍କ ମୃତ୍ୟୁକୁ ନିଶ୍ଚିତ କରିଥିଲେ । ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ପୁଲିସ ମୃତଦେହକୁ ନିଜ ହେପାଜତକୁ ନେଇ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି ।
ଜଣାପଡ଼ିଛି ଯେ ରାଜନୀତି ସହ ତାଙ୍କର କୌଣସି ସମ୍ପର୍କ ନଥିଲା । ରାଜନୀତିରୁ ଦୁରେଇ ରହି ପ୍ରତୀପ ତାଙ୍କ ବ୍ୟବସାୟିକ ଜୀବନରେ ବ୍ୟସ୍ତ ରହୁଥିଲେ । ଲକ୍ଷ୍ନୌରେ ତାଙ୍କର ଏକ ନିଜସ୍ୱ ଜିମ ଥିଲା ଏବଂ ସେ ଜଣେ ଫିଟନେଓ ପ୍ରଶିକ୍ଷକ ଭାବେ ଥିଲେ ।
ଅଖିଳେଶ ଯାଦବଙ୍କ ସାନ ଭାଇ ପ୍ରତୀପ ଯାଦବ, ଯିଏକି ମୁଲାୟମ ସିଂହ ଯାଦବଙ୍କ ସାନ ପୁଅ ଏବଂ ଅପର୍ଣ୍ଣା ଯାଦବଙ୍କ ସ୍ୱାମୀ ଥିଲେ । ରିପୋର୍ଟ ଅନୁସାରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ହେବା ପରେ ପ୍ରତୀପଙ୍କୁ ଲକ୍ଷ୍ନୌର ସିଭିଲ ହସ୍ପିଟାଲକୁ ନିଆଯାଇଥିଲା ।
ସେଠାରେ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ । ଡାକ୍ତରଙ୍କ ବକ୍ତବ୍ୟ ପ୍ରତୀକଙ୍କୁ ହାସପାତାଳ ଅଣାଯିବା ପୂର୍ବରୁ ତାଙ୍କର ମୃତ୍ୟୁ ଘଟିଥିଲା । ସମ୍ଭବତଃ ତାଙ୍କର ମୃତ୍ୟୁ ହୃଦଘାତ କିମ୍ବା ମସ୍ତିଷ୍କ ରକ୍ତସ୍ରାବ ବୋଲି ଅନୁମାନ କରାଯାଉଛି । ତେବେ ରିପୋର୍ଟ ଆସିବା ପରେ ସମସ୍ତ କିଛି ଜଣାପଡ଼ିବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି ।
ସେ ‘ଫିଟନେଓ ପ୍ଲାନେଟ’ ନାମକ ଏକ ଜିମର ମାଲିକ ଥିଲେ । ‘ଜୀବ ଆଶ୍ରୟ’ ନାମକ ଏକ ସଂଗଠନ ମଧ୍ୟ ଚଳାଉଥିଲେ ।
୩୮ବର୍ଷୀୟ ପ୍ରତୀକଙ୍କ ମୃତ୍ୟୁକୁ ନେଇ ସମଗ୍ର ଅଂଚଳରେ ଶୋକର ଛାୟା ଖେଳିଯାଇଛି । ତେବେ ହାସପାତାଳ ଡାକ୍ତର ଜିପି ଗୁପ୍ତାଙ୍କ ବକ୍ତବ୍ୟ ଅନୁସାରେ ଏହା ବିଷକ୍ରିୟା ମାମଲା ହୋଇପାରେ, ତେବେ ଶବବ୍ୟବଚ୍ଛେଦ ରିପୋର୍ଟକୁ ପୁଲିସ ଅପେକ୍ଷା କରିଛି ବୋଲି କୁହାଯାଇଛି ।