ସରକାରୀ ବସ ବ୍ୟବହାର କରିବେ ପରିବହନ ମନ୍ତ୍ରୀ
ଦେଶବାସୀଙ୍କୁ ଇଭି ଗାଡ଼ି ବ୍ୟବହାର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆହ୍ୱାନ କରିଛନ୍ତି ।
ଏହାପରେ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ମଧ୍ୟ ଅଧିକ ଇଭି ଗାଡ଼ି ବ୍ୟବହାର କରିବାକୁ ଲୋକଙ୍କୁ ଅପିଲ କରିଛନ୍ତି ।
ଇଭି ପାଇ ସବସିଡ ୨୦୨୮ ଯାଏ ବୃଦ୍ଧି କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କଥା ମାନି ତେଲ କମ ବ୍ୟବହାର କରିବାକୁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।
ଆଜି ପ୍ରଧାନମନ୍ତ୍ରୀ ନିଜେ ବ୍ୟବହାର କରୁଥିବା କନଭୟ ବା ସୁରକ୍ଷା ଯାନବାହନ ସଂଖ୍ୟା ଯଥେଷ୍ଟ ସୀମିତ କରି ଦେଇଛନ୍ତି ।
ନିଜ ସୁରକ୍ଷାରେ ନିୟୋଜିତ ଗାଡିକୁ ପ୍ରଧାନମନ୍ତ୍ରୀ ୫୦ ପ୍ରତିଶତ ହ୍ରାସ କରିଛନ୍ତି । ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କ କାରକେଡ ଗାଡ଼ି ସଂଖ୍ୟା ହ୍ରାସ ନିଷ୍ପତିକୁ ମନ୍ତ୍ରୀ ସ୍ୱାଗତ କରିଛନ୍ତି ।
୩ ପାଇଲଟ ଗାଡି ମଧ୍ୟରୁ ଗୋଟିଏ ବ୍ୟବହାର କରିବେ ଏବଂ ମୁଁ ନିଜେ ସରକାରୀ ବସରେ ଯିବା ଆସିବା କରିବି ବୋଲି ମନ୍ତ୍ରୀ ସୂଚାଇଛନ୍ତି ।