ଚିକିତ୍ସା ପରେ ଘରକୁ ଫେରିଲେ ସୋନିଆ ଗାନ୍ଧୀ
ବରିଷ୍ଠ କଂଗ୍ରେସ ନେତା ସୋନିଆ ଗାନ୍ଧୀ ଆଜି ଗୁରୁଗ୍ରାମର ଏକ ଘରୋଇ ହସ୍ପିଟାଲରେ ରୁଟିନ ମେଡ଼ିକାଲ ଚେକଅପ କରିଛନ୍ତି ।
ପ୍ରଥମେ କୁହାଯାଉଥିଲା ଯେ ସୋନିଆ ଏକ ଅସ୍ତ୍ରୋପଚାର ପାଇଁ ହସ୍ପିଟାଲରେ ଆଡମିଟ ହୋଇଛନ୍ତି । କିନ୍ତୁ ଦଳ ପକ୍ଷରୁ ପରେ ସ୍ପଷ୍ଟ କରାଯାଇଥିଲା ଯେ ସୋନିଆ ରୁଟିନ ମେଡ଼ିକାଲ ଚେକଅପ ପାଇଁ ହସ୍ପିଟାଲ ଯାଇଥିଲେ ଏବଂ ଏବେ ଘରକୁ ଫେରି ଆସିଛନ୍ତି । କଂଗ୍ରେସ ନେତା ଜୟରାମ ରମେଶ ଏକ ବିବୃତି ଜାରି କରି ଏନେଇ ସ୍ପଷ୍ଟ କରିଛନ୍ତି ।
ଉଲ୍ଲେଖଯୋଗ୍ୟ ଯେ ରାଜସ୍ତାନର ୭୯ବର୍ଷୀୟ ରାଜ୍ୟସଭା ସାଂସଦ ଚଳିତ ବର୍ଷ ସାରା ଅନେକ ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି । ସେ ଦିଲ୍ଲୀ ଏବଂ ଅନ୍ୟ ସ୍ଥାନରେ ବିଭିନ୍ନ ସମୟରେ ହସ୍ପିଟାଲରେ ଭର୍ତି ହୋଇ ଚିକିତ୍ସା ହୋଇଛନ୍ତି । ସୋନିଆ ଚଳିତବର୍ଷ ମାର୍ଚରେ ହସ୍ପିଟାଲରେ ଭର୍ତି ହୋଇଥିଲେ ।
ସେ ଅସହଜ ଅନୁଭବ କରିବାରୁ ତାଙ୍କୁ ଦିଲ୍ଲୀର ସାର ଗଙ୍ଗାରାମ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତି କରାଯାଇଥିଲା ।
ଚିକିତ୍ସା ସମୟରେ ତାଙ୍କ ପାଖରେ ଲୋକସଭା ସାଂସଦ ରାହୁଳ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ହସ୍ପିଟାଲରେ ଥିଲେ । ଜାନୁଆରୀରେ ମଧ୍ୟ ସୋନିଆ ଶ୍ୱାସକ୍ରିୟାରେ ସମସ୍ୟା ଯୋଗୁଁ ହସ୍ପିଟାଲରେ ଭର୍ତି ହୋଇଥିଲେ । ୨୦୨୫ରେ ମଧ୍ୟ ସୋନିଆ ତିନି ଥର ହସ୍ପିଟାଲରେ ଭର୍ତି ହୋଇଥିଲେ ।