ନୟାଗଡ଼ ଓଡ଼ଗାଁ ହତ୍ୟାକାଣ୍ଡ ଘଟଣା
ତଦନ୍ତରେ ତ୍ରୁଟି, ଭୁଲ ବ୍ୟକ୍ତି ଗିରଫ
ନୟାଗଡ଼ ଓଡ଼ଗାଁ ଥାନା କଦଳୀବନ୍ଧ ଅଜିତ ସାହୁ ହତ୍ୟାକାଣ୍ଡ ଘଟଣାରେ ପୁଲିସର ଅପରାଗତା ପୁଣି ଥରେ ସାମ୍ନାକୁ ଆସିଛି ।
ତଦନ୍ତବେଳେ ପୁଲିସ ଜାଣି ନପାରି ଜଣେ ଭୁଲ ବ୍ୟକ୍ତିଙ୍କୁ ଏହି ହତ୍ୟାକାଣ୍ଡର ଅଭିଯୁକ୍ତ ବୋଲି ଭାବି ଗିରଫ କରିଛି ।
ପୁଲିସର ଏଭଳି ତଦନ୍ତଗତ ତ୍ରୁଟି ଏବେ ତା’ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି । ପରେ ପୁଲିସ ନିଜର ତ୍ରୁଟି ଜାଣିପାରି ଗିରଫ ବ୍ୟକ୍ତିଙ୍କୁ ଛାଡ଼ିଦେଇଛି ।
ସୂଚନାଥାଉ କି, ଓଡ଼ଗାଁ କଦଳୀବନ୍ଧରେ ଥିବା ଏକ ପଥର ଖଣିକୁ ସ୍ଥାନୀୟ ଲୋକେ ଘୋର ବିରୋଧ କରିଆସୁଥିଲେ ।
ଏଠାରୁ ମାଙ୍କଡ଼ା ପଥର ମାଫିଆମାନେ ବେଧଡ଼କ ଭାବେ ବେଆଇନ ପଥର ଉତୋଳନ କରି ଚୋରାଚାଲାଣ କରୁଥିଲେ ।
ଗତ ୩ ଦିନ ତଳେ ଅଜିତ ଏହାକୁ ବିରୋଧ କରିବା ସହ ଗୋଟିଏ ପଥର ବୋଝେଇ ଗାଡ଼ିକୁ ଅଟକାଇ ଏ ସଂକ୍ରାନ୍ତରେ ପୁଲିସକୁ ଫୋନ କରି ଜଣାଇଥିଲେ ।
ଏଥିରେ ମାଙ୍କଡ଼ାପଥର ମାଫିଆମାନେ ପ୍ରତିଶୋଧ ପରାୟଣ ହୋଇ ଅଜିତଙ୍କୁ ଟେକି ନେଇ ଅତି ନିର୍ମମ ଭାବେ ତାଙ୍କ ଦୁଇ ହାତକୁ ହାଣି ହତ୍ୟା କରି ଫେରାର ହୋଇଯାଇଛନ୍ତି ।
ସ୍ଥାନୀୟ ଲୋକେ, ମୃତଙ୍କ ପରିବାର ପକ୍ଷରୁ ଏହାକୁ କଡ଼ା ବିରୋଧ କରାଯିବା ସହ ନ୍ୟାୟ ଦାବିରେ ରାଜରାସ୍ତା ରୋକ କରାଯାଇଥିଲା ।
ସେବେଠାରୁ ପୁଲିସ ଅଭିଯୁକ୍ତକୁ ଧରି ନିଜର ପାରିବା ପଣିଆ ସାବ୍ୟସ୍ତ କରିବାକୁ ଯାଇ ଏଭଳି ତ୍ରୁଟି କରି ବସିଛି ।