ଭିଡି ସତୀଶନ କେରଳ ମୁଖ୍ୟମନ୍ତ୍ରୀ
ବିଧାନସଭା ନିର୍ବାଚନର ଫଳାଫଳ ଘୋଷଣାକୁ ଇତିମଧ୍ୟରେ ୧ ସପ୍ତାହରୁ ଅଧିକ ସମୟ ବିତିସାରିଲାଣି ।
ତଥାପି କେରଳମରେ ସରୁନାହିଁ ମୁଖ୍ୟମନ୍ତ୍ରୀ ସସପେନ୍ସ ।
କେରଳରେ କିଏ ମୁଖ୍ୟମନ୍ତ୍ରୀ ହେବେ ତାକୁ କଂଗ୍ରେସ ଏଯାବତ ଠିକ କରିପାରିନଥିଲା ।
ତେବେ ୧୦ ଦିନ ପରେ ବରିଷ୍ଠ ନେତା ଭିଡି ସତୀଶନ କେରଳର ମୁଖ୍ୟମନ୍ତ୍ରୀ ହେବେ ବୋଲି କଂଗ୍ରେସ ଘୋଷଣା କରିଛି ।
ଏହି ବିଧାନସଭା ନିର୍ବାଚନରେ ଉତର ପାରାଭୁର ଆସନରୁ ଭିଡି ସତୀଶନ ଲଢ଼ି ବିଜୟୀ ହୋଇଥିଲେ ।
ଗତ ୨୦୦୧ରୁ ସେ ତାଙ୍କର ଲୋକପ୍ରିୟତା ବଜାୟ ରଖି ଭିଡି ସତୀଶନ ଲଗାତାର ଭାବେ ବିଧାୟକ ହୋଇଆସୁଛନ୍ତି ।