ରାଜ୍ୟରେ ପେଟ୍ରୋଲ ସଙ୍କଟ
ପମ୍ପରେ ଷ୍ଟକ ନାହିଁ, ଲୋକେ ଫେରୁଛନ୍ତି
ପେଟ୍ରୋଲ ପମ୍ପରେ ମିଳୁନି ପେଟ୍ରୋଲ । ନିରାଶ ହୋଇ ଫେରୁଛନ୍ତି ଲୋକେ ।
ଏଭଳି ଦୃଶ୍ୟ ଏବେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ଦେଖିବାକୁ ମିଳୁଛି ।
ଆଜି ବାଲେଶ୍ୱରର ନୀଳଗିରିରେ ଥିବା ଏକ ପେଟ୍ରୋଲ ପମ୍ପରେ ଏଭଳି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ।
ଲୋକେ ସକାଳୁ ଗାଡ଼ି ନେଇ ପେଟ୍ରୋଲ ପକାଇବା ନିମନ୍ତେ ପେଟ୍ରୋଲ ପମ୍ପକୁ ଯାଇଥିଲେ; ମାତ୍ର ସେଠାରେ ପେଟ୍ରୋଲ ନଥିବାରୁ ନିରାଶ ହୋଇ ଫେରିଥିଲେ ।
ଏଥିସହ ଗୁରୁବାର ସକାଳୁ ରାଜଧାନୀ ଭୁବନେଶ୍ୱର, କଟକ ଓ ପୁରୀ ସମେତ ବିଭିନ୍ନ ରାଜ୍ୟରେ ଥିବା ପେଟ୍ରୋଲ ପମ୍ପଗୁଡ଼ିକରେ ଗରାଖଙ୍କ ଲମ୍ବାଧାଡ଼ି ଦେଖିବାକୁ ମିଳିଛି ।
ତେଣେ ପେଟ୍ରୋଲ ପମ୍ପରେ ଲମ୍ବା ଲାଇନ ରହିଥିବାବେଳେ କେତେକ ସ୍ଥାନରେ ଏଥିପାଇଁ ଟ୍ରାଫିକ ସମସ୍ୟା ମଧ୍ୟ ଉପୁଜୁଛି ।
ଫଳରେ ପୁଲିସକୁ ନାକେଦମ ହେବାକୁ ପଡ଼ୁଥିବା ଦେଖାଯାଇଛି ।
ସୂଚନାଥାଉ କି, ଗତ ପ୍ରାୟ ୧ ମାସରୁ ଊଦ୍ଧ୍ୱର୍ କାଳ ଧରି ମଧ୍ୟପ୍ରାଚ୍ୟରେ ଇରାନ ଏବଂ ଆମେରିକା-ଇସ୍ରାଏଲ ମଧ୍ୟାରେ ହୋଇଥିବା ଯୁଦ୍ଧ ଯୋଗୁଁ ସମଗ୍ର ବିଶ୍ୱରେ ପେଟ୍ରୋଲ ଓ ଡିଜେଲର ସଙ୍କଟ ଲାଗି ରହିଛି ।
ଭାରତ ମଧ୍ୟ ଏଥିରେ ପ୍ରଭାବିତ ହୋଇଛି ।
ବିଶେଷ କରି ହର୍ମୁଜ ଅଫ୍ ଷ୍ଟ୍ରେଟ୍ରେ ଶତାଧିକ ତୈଳ ପରିବହନ ଜାହାଜ ଅଟକି ରହିଛି ।
ଇରାନ ସେମାନଙ୍କୁ ନ ଛାଡ଼ୁଥିବାରୁ ଏଭଳି ପରିସ୍ଥିତି ଉପୁଜିଛି ।
ଏହାକୁ ଦୃଷ୍ଟିରେ ରଖି ଗତ ସୋମବାର ପ୍ରଧାନମନ୍ତ୍ରୀ ମୋଦି ଦେଶବାସୀଙ୍କୁ କମ ତେଲ (ପେଟ୍ରୋଲ ବା ଡିଜେଲ) ଏବଂ ଖାଇବା ତେଲକ ବ୍ୟବହାର କରିବାକୁ ନିବେଦନ କରିଛନ୍ତି ।
ନିଜେ ମଧ୍ୟ ନିଜର କାରକେଡ ସଂଖ୍ୟା ୫୦%କୁ କମାଇ ଦେଇଛନ୍ତି ।