‘କାଳବୈଶାଖୀ’ ଝଡ଼ରେ ଉଡିଲା ମଣିଷ
କାଳବୈଶାଖୀର ମହାତାଣ୍ଡବ ଉତରପ୍ରଦେଶରେ ଘଟିଥିବା ଏକ ଭିଡ଼ିଓରୁ ଦେଖାଯାଇଛି ।
ଏହି କାଳବୈଶାଖୀରେ ୧୦୦ରୁ ଅଧିକଙ୍କ ମୃତ୍ୟୁ ଘଟିଥିବା ଖବର ମଧ୍ୟ ସାଧାରଣଙ୍କ ମଧ୍ୟରେ ଚର୍ଚା ହେଉଛି ।
ସରକାରଙ୍କ ପକ୍ଷରୁ ତୁରନ୍ତ ୪ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରିବାକୁ ନିର୍ଦେଶ ହୋଇଛି । କାଳବୈଶାଖୀ ତାଣ୍ଡବର ଅନେକ ଭିଡ଼ିଓ ଏବେ ସୋସିଆଲ ମିଡିରେ ଘୁରି ବୁଲୁଛି । ଯାହାକୁ ଦେଖିଲେ ଭୟ ଲାଗିବ । ଏହି ଝଡ଼ରେ ବଡ଼ବଡ଼ ଗଛ ଭାଙ୍ଗିବା ସହ ଜଣେ ମଣିଷକୁ ମଧ୍ୟ ପବନ ଅନେକେ ଦୂରକୁ ଉଡାଇ ଫିଙ୍ଗି ଦେଉଥିବା ଦେଖାଯାଇଛି ।
ବୁଧବାର ସନ୍ଧ୍ୟାରେ ଉତରପ୍ରଦେଶରେ ଭୟଙ୍କର ଘୂର୍ଣ୍ଣିଝଡ଼ରେ ଅନେକଙ୍କ ମୃତ୍ୟୁ ଘଟିଥିବାବେଳେ ବହୁ ବଡ଼ବଡ଼ ଗଛମାନ ଉପୁଡ଼ି ପଡ଼ିଛି ।
ସେହିପରି ବହୁ ଘରଦ୍ୱାରା ମଧ୍ୟ ଭାଙ୍ଗି ପଡ଼ିଥିବା ଦେଖାଯାଇଛି । ଝଡ଼ ଯୋଗୁଁ ଉତର ପ୍ରଦେଶର ବିଭିନ୍ନ ଜିଲାରେ ୧୦୦ରୁ ଅଧିକଙ୍କ ମୃତ୍ୟୁ ହୋଇଛି । ଏହା ସହିତ ବଜ୍ରପାତ ଯୋଗୁଁ ଅନେକଙ୍କ ମୃତ୍ୟୁ ଘଟିଥିବା ରିପୋର୍ଟ କରାଯାଇଛି । ଜଣାପଡ଼ିଛି ଯେ ଉତରପ୍ରଦୋର ଭାଦୋହୀ ଜିଲାରେ ପ୍ରବଳ ଘୂର୍ଣ୍ଣିଝଡ଼ ଯୋଗୁଁ ୧୫ଜଣଙ୍କ ମୃତୁ୍ୟ ଘଟିଥିବାବେଳେ ୮ଜଣ ଆହତ ହୋଇଛନ୍ତି ।
ଏହି ପ୍ରାକୃତିକ ବିପର୍ଯ୍ୟୟରେ ୧୬ଟି ଗୋରୁଙ୍କ ମଧ୍ୟ ମୃତ୍ୟୁ ଘଟିଛି । ସନ୍ଧ୍ୟା ପ୍ରାୟ ସାଢ଼େ ୫ଟା ସମୟରେ ଅଚାନକ ପାଗ ପରିବର୍ତନ ହେବା ସହ ପ୍ରବଳ ବେଗରେ ପବନ ବହିଥିଲା । ଯାହାଦ୍ୱାରା ଏଭଳି କ୍ଷୟକ୍ଷତି ଘଟିଥିବା ଜଣାପଡ଼ିଛି ।