ଦିଲ୍ଲୀ ସରକାରୀ କର୍ମଚାରୀଙ୍କୁ ଦୁଇଦିନ ‘ୱାର୍କ ଫ୍ରମ ହୋମ’ ନିର୍ଦେଶ
ଦେଶରେ ଦିନକୁ ଦିନ ତୈଳ ସଂକଟ ସୃଷ୍ଟି ହେବାରେ ଲାଗିଛି । ଦେଶର ବିଭିନ୍ନ ସ୍ଥାନରେ ପେଟ୍ରୋଲ ପମ୍ପରେ ପେଟ୍ରୋଲ ନ ମିଳୁଥିବା ଦୃଶ୍ୟ ମଧ୍ୟ ଦେଖିବାକୁ ମିଳୁଛି ।
ସଂକଟକୁ ନେଇ ଚିନ୍ତାରେ କେନ୍ଦ୍ର ସରକାର ପଡ଼ିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅପିଲ ପରେ ଦିଲ୍ଲୀ ସରକାର ବଡ଼ ନିଷ୍ପତି ନେଇଛନ୍ତି ।
ଜଣାପଡ଼ିଛି ଯେ ଦିଲ୍ଲୀରେ ଆଗାମୀ ଦୁଇଦିନ ଯାଏ ସରକାରୀ ଅଫିସରରେ ୱାର୍କ ପ୍ରମ ହୋମ ପାଇଁ ନିର୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା । ଅର୍ଥନୈତିକ ସ୍ଥିରତା ବଜାୟ ରଖିବା ପାଇଁ ଏଭଳି ନିଷ୍ପତି ନେଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ୱାର୍କ ଫ୍ରମ ହୋମ ନିୟମର ଆରମ୍ଭ ନିଭ ଅଫିସରୁ ଲାଗୁ କରାଯିବ ।
ସରକାରୀ ଅଫିସର ଏବଂ ମନ୍ତ୍ରୀଙ୍କ କାରକେଡରେ ଗାଡ଼ି ସଂଖ୍ୟା ହ୍ରାସ କରାଯାଇଛି । ଅଫିସରମାନଙ୍କୁ ପେଟ୍ରୋଲ ପାଇଁ ଅର୍ଥ ଦିଆଯାଉଥିଲା, ସେଥିରେ ୨୦ ପ୍ରତିଶତ କମ କରାଯାଇଛି ।
ଯେଉଁମାନଙ୍କୁ ୨୦୦ରୁ ୨୫୦ ଲିଟର ପେଟ୍ରୋଲ ଡିଜେ ପ୍ରତି ମାସରେ ଦିଆଯାଉଥିଲା, ତାହା ମଧ୍ୟ ହ୍ରାସ କରାଯିବ । ଗୋଟିଏ ଦିନ ନୋ ଭେଇକିଲ ଡେ ପାଳନ କରିବାକୁ ହେବ । ସେ ଆହୁରି କହିଛନ୍ତ ିଯେ ଯେଉଁ ଅଧିକାରୀଙ୍କୁ ଗାଡ଼ି ପାଇଁ ଭତା ମିଳୁଥିଲା, ଯଦି ସେମାନେ ପବ୍ଲିକ ଟ୍ରାନ୍ସପୋର୍ଟ ବ୍ୟବହାର କରନ୍ତି, ତେବେ ୧୦% ଇନକ୍ରିମେଂଟ ମିଳିବ ।
ବସର ରୁଟ ନିର୍ଦ୍ଦାରିତ କରାଯିବ, ଆଉ ଅଧିକାରୁ ଅଧିକ ଲୋକ ଏହାକୁ ବ୍ୟବହାର କରିପାରିବେ । ୫୦% ମିଟିଂ ଭର୍ଚୁଆଲ କରିବା ପାଇଁ ଚେଷ୍ଟା କରାଯିବ । ମୁଖ୍ୟମନ୍ତ୍ରୀ କୋର୍ଟକୁ କହିଛନ୍ତି ଯେ ଅଧିକାଂଶ ଶୁଣାଣି ଭର୍ଚୁଆଲ କରିବାକୁ ଚେଷ୍ଟା କରାଯାଉ । ସୋମବାର ସମସ୍ତ ଲୋକ ମେଟ୍ରୋ ବ୍ୟବହାର କରନ୍ତୁ ।
ଆଗାମୀ ୩ମାସ ଯାଏ ଆମେ କୌଣସି ବଡ଼ ଇଭେଂଟ କରିବା ନାହିଁ । ଦିଲ୍ଲୀ ପାଇଁ ବିଶେଷ ଟ୍ରାଭଲ ପ୍ଲାନ ପ୍ରସ୍ତୁତ କରାଯାଉ, ଯେଉଁଥିରେ ପର୍ଯ୍ୟଟକଙ୍କୁ କୌଣସି ସମସ୍ୟା ନ ଉପୁଜିବ ।