ପ.ବଙ୍ଗରେ ପଶୁ ହତ୍ୟା ନିୟନ୍ତ୍ରଣ ଆଇନ କଡ଼ାକଡ଼ି
ପଶ୍ଚିମବଙ୍ଗରେ ସାର୍ବଜନୀନ ସ୍ଥାନରେ ପଶୁ ହତ୍ୟା ଆଉ କେବଳ ଏକ ଧାର୍ମିକ କିମ୍ବା ସାମାଜିକ ନିଷେଧରେ ସୀମିତ ରହି ନାହିଁ ।
ଏହା ଏକ ଗମ୍ଭୀର ଅପରାଧ ମଧ୍ୟରେ ଗଣ୍ୟ କରାଯିବ । କଲକାତା ହାଇକୋର୍ଟଙ୍କ ଦୃଢ଼ ଆଭିମୁଖ୍ୟ ପରେ ରାଜ୍ୟ ସରକାର ପଶ୍ଚିମବଙ୍ଗ ପଶୁ ହତ୍ୟା ନିୟନ୍ତ୍ରଣ ଆଇନ ୧୯୫୦କୁ କଡ଼ାକଡ଼ି ଲାଗୁ କରିବା ପାଇଁ ଏକ ନୂତନ ବିଜ୍ଞପ୍ତି ଜାରି କରିଛନ୍ତି ।
ଏହି ନିଷ୍ପତି ସହିତ ରାଜ୍ୟରେ ଖୋଲା ପଶୁ ବଳି ଏବଂ ଅବୈଧ କତଲ ଖାନାକୁ ରୋକିବା ପାଇଁ ପ୍ରସ୍ତୁତି ସମାପ୍ତ ହୋଇଛି ।
ରାଜ୍ୟଦ୍ୱାରା ଜାରି କରାଯାଇଥିବା ଆଠ ପଏଂଟ ବିଜ୍ଞପ୍ତି ସ୍ପଷ୍ଟ କରିଛି ଯେ ଏହି ପଦକ୍ଷେପ ହାଇକୋର୍ଟଙ୍କ ୨୦୧୮ର ଐତିହାସିକ ନିଷ୍ପତି ଏବଂ ୨୦୨୨ର ସରକାରୀ ନିର୍ଦେଶାବଳୀ ପାଳନ କରି ନିଆଯାଇଛି ।
ସରକାର ସ୍ପଷ୍ଟ କରିଛନ୍ତି ଯେ ଆଇନ ଉଲ୍ଲଂଘନକାରୀଙ୍କ ବିରୋଧରେ ‘ଶୂନ୍ୟ ସହନଶୀଳତା’ ନୀତି ଗ୍ରହଣ କରାଯିବ ।