ରାଜ୍ୟ ସରକାରୀ କର୍ମଚାରୀଙ୍କ ବଢ଼ିବ ମହଙ୍ଗା ଭତା
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁକ୍ରବାର ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତାରେ ଦୁଇ ପ୍ରତିଶତ ବୃଦ୍ଧି ଘୋଷଣା କରିଛନ୍ତି ।
ଫଳରେ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତା ୫୮ ପ୍ରତିଶତରୁ ୬୦ ପ୍ରତିଶତକୁ ବୃଦ୍ଧି ହୋଇଛି ।
ଏହା ୨୦୨୬ ଜାନୁଆରୀ ଆରମ୍ଭରୁ ପିଛିଲା ଭାବେ ଲାଗୁ କରାଯିବ । ଏହି ବର୍ଦ୍ଧିତ ମହଙ୍ଗା ଭତା ଚଳିତ ମେ ମାସ ଦରମାରେ ନଗଦ ଆକାରରେ ମିଳିବ ।
ଏହା ସହ ପେନସନ ଭୋଗୀମାନଙ୍କ ଟି.ଆଇରେ ମଧ୍ୟ ଦୁଇ ପ୍ରତିଶତ ବୃଦ୍ଧି କରାଯାଇଛି । ସେମାନେ ମଧ୍ୟ ଅନୁରୂପ ଭାବେ ମେ ମାସ ପେନସନରେ ଏହି ବର୍ଦ୍ଦିତ ଟିଆଇ ପାଇବେ ।
ଏହାଦ୍ୱାରା ରାଜ୍ୟର ପ୍ରାୟ ସାଢ଼େ ଆଠ ଲକ୍ଷ ସରକାରୀ କର୍ମଚାରୀ ଓ ପେନସନଭୋଗୀ ଉପକୃତ ହୋଇପାରିବେ ।