ଅନଲାଇନରେ ହେବ ନିଟ ପରୀକ୍ଷା
ଆସନ୍ତା ବର୍ଷରୁ ଅନଲାଇନରେ ନିଟ ପରୀକ୍ଷା ହେବ ବୋଲି ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।
ଓଏମଆର ଅପେକ୍ଷା ସିବିଟି ଭଲ । ଏ ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଏହି ପ୍ରସଙ୍ଗରେ ଏକ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି । ସେ ଘୋଷଣା କରିଥିଲେ ଯେ ଆସନ୍ତା ବର୍ଷର ନିଟ୍ ପରୀକ୍ଷା ଏକ କମ୍ପ୍ୟୁଟର ଭିତିକ ପରୀକ୍ଷା ହେବ । ଏହି ବିର୍ଷ ଛାତ୍ରଛାତ୍ରୀମାନଙ୍କୁ ୧୫ମିନିଟ ଅତିରିକ୍ତ ସମୟ ମିଳିବ ।
ପରୀକ୍ଷା ଅପରାହ୍ନ ୨ଟାରୁ ସନ୍ଧ୍ୟା ୫ଟା ୧୫ମିନିଟ୍ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଜୁନ ୨୧ରେ ପରୀକ୍ଷା ପାଇଁ ଆଡମିଟ କାର୍ଡ ଜୁନ୍ ୧୪ରେ ଉପଲବ୍ଧ ହେବ । ସୁପ୍ରିମ କୋର୍ଟଙ୍କ ନିର୍ଦେଶ ପରେ ଗଠିତ ଏନଟିଏ ୧୦ ନିୟୁତ ଛାତ୍ରଛାତ୍ରୀଙ୍କ ପାଇଁ ପରୀକ୍ଷା ପରିଚାଳନା କରେ ।
ଏନଟିଏ ଫିସ ଫେରସ୍ତ କରିବାକୁ ଏବଂ ଛାତ୍ରଛାତ୍ରୀମାନଙ୍କୁ ପରୀକ୍ଷା ପାଇଁ ସେମାନଙ୍କର ପସନ୍ଦର ସହର ବାଛିବାର ସ୍ୱାଧୀନତା ଦେବାକୁ ନିଷ୍ପତି ନେଇଛି । ଶିକ୍ଷାମନ୍ତ୍ରୀ ଆହୁରି କହିଛନ୍ତି ଯେ ନିଟ ପରୀକ୍ଷା ମେ ୩ରେ ଅନୁଷ୍ଠିତ ହୋଇଥିଲା । ମେ ୭ରେ ଖବର ପ୍ରକାଶିତ ହେଲା ଯେ ପରୀକ୍ଷାରେ ଅନୁମାନ ପତ୍ର ପ୍ରଶ୍ନ ପ୍ରକାଶ ପାଇଛି ।
ସଙ୍ଗେ ସଙ୍ଗେ ତଦନ୍ତ କରାଯାଇଥିଲା ଏବଂ ମାମଲାକୁ ଏଜେନ୍ସିଗୁଡ଼ିକୁ ହସ୍ତାନ୍ତର କରାଯାଇଥିଲା । ମେ ୮ରେ ତଦନ୍ତ ପ୍ରକ୍ରିୟା ଆରମ୍ଭ ହୋଇଥିଲା ଏବଂ ୧୨ରେ ପରୀକ୍ଷା ବାତିଲ କରାଯାଇଥିଲା । ସିବିଆଇ ଏହି ଘଟଣାର ତଦନ୍ତ କରୁଛି । ଅଭିଯୁକ୍ତଙ୍କୁ କଠୋର ଦଣ୍ଡ ପ୍ରଦାନ କରାଯିବ ।
ମନ୍ତ୍ରୀ ଆହୁରି କହିଛନ୍ତି ଯେ ସାଇବର ଅପରାଧ ଏକ ବଡ଼ ଚ୍ୟାଲେଞ୍ଜ । ୧୨୦ଟି ଟେଲିଗ୍ରାମ ଚ୍ୟାନେଲକୁ ଅବରୋଧ କରାଯାଇଛି । ହ୍ୱାଟସଆପ ମାଧ୍ୟମରେ ନିଟ ସମ୍ବନ୍ଧୀୟ ସାମଗ୍ରୀ ମଧ୍ୟ ପ୍ରସାରିତ ହୋଇଥିଲା ।