ଅଧାବାଟରେ ଆମ୍ବୁଲାନ୍ସରୁ ସରିଗଲା ପେଟ୍ରୋଲ, ରୋଗୀର ମୃତ୍ୟୁ
ରାଜ୍ୟରେ କୃତ୍ରିମ ତୈଳ ସଂକଟ ସୃଷ୍ଟି ହୋଇଥିବା ସାଧାରଣରେ ଆଲୋଚନା ହେଉଥିବାବେଳେ ଏକ ହୃଦୟ ବିଦାରକ ଘଟଣା ସର୍ବସମ୍ମୁଖରେ ଆସିଥିବା ପରିଲକ୍ଷିତ ହୋଇଛି ।
ଜଣାପଡ଼ିଛି ଯେ ଅଧାବାଟରେ ଏକ ଆମ୍ବୁଲାନ୍ସରୁ ତେଲ ସରିଯିବାଦ୍ୱାରା ରୋଗୀର ମୃତ୍ୟ ଘଟିଥିବା ଅଭିଯୋଗ ହୋଇଛି ।
ମୃତକ ଜଣକ ହେଲେ କେନ୍ଦ୍ରାପଡ଼ା ଅଂଚଳର ପ୍ରକାଶ କୁମାର ତାଣ୍ଡି । ରୋଗୀଜଣକ ଏସସିବି ମେଡ଼ିକାଲରୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର ବେଳେ କାଠଯୋଡ଼ି ପୋଲି ଉପରେ ଆମ୍ବୁଲାନ୍ସରୁ ତେଲ ସରି ଯାଇଥିଲା । ଯାହାଦ୍ୱାରା ପ୍ରକାଶଙ୍କର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି ।
ସୂଚନା ଅନୁସାରେ କେନ୍ଦ୍ରାପଡ଼ା ଅଂଚଳର ଜଣେ ଯୁବକ ବିଷ ପିଇ ଗୁରୁତର ହୋଇପଡ଼ିବାରୁ ପରିବାର ଲୋକେ ତାଙ୍କୁ କଟକ ଏସସିବି ମେଡ଼ିକାଲକୁ ଆଣିଥିଲେ । ତେବେ ସେଠାରୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲକୁ ଯୁବକକୁ ଆମ୍ବୁଲାନ୍ସରେ ସ୍ଥାନାନ୍ତର କରାଯାଇଥିଲା । ଯିବାବେଳେ କାଠଯୋଡ଼ି ନଦୀ ପୋଲ ଉପରେ ହଠାତ ଆମ୍ବୁଲାନ୍ସର ତେଲ ସରିଯାଇଥିଲା ।
ଫଳରେ ଆମ୍ବୁଲାନ୍ସଟି ନ ଯାଇପାରିବାଦ୍ୱାରା ବାଟରେ ରୋଗୀଙ୍କ ମୃତ୍ୟୁ ଘଟିଥିଲା ବୋଲି ଅଭିଯୋଗ ହୋଇଛି ।