ଜିହାଦୀ ଡ୍ରଗ୍ ‘କେପ୍ଟାଗନ’ ଜବତ
ଭାରତକୁ ଆନ୍ତର୍ଜାତିକ ଡ୍ରଗ୍ସ ସିଣ୍ଡିକେଟ ଓ ଟେରର ଫଣ୍ଡିଂ ବିରୋଧରେ ବଡ଼ ଧରଣର ସଫଳତା ମିଳିଛି ।
ଭାରତର ନାର୍କୋଟିକ୍ସ କଂଟ୍ରୋଲ ବ୍ୟୁରୋ (ଏନସିବି) ପ୍ରଥମ ଥର ପାଇଁ ‘କେପ୍ଟାଗନ’ ଡ୍ରଗ୍ସ ଜବତ କରିଛନ୍ତି । ଶନିବାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ସୂଚନା ଦେଇଛନ୍ତି ଯେ ଏନସିବି ‘ଅପରେସନ ରେଜପିଲ’ ଅନ୍ତର୍ଗତ ୧୮୨ କୋଟି ଟଙ୍କାର ବିପୁଳ ପରିମାଣର ‘କେପ୍ଟାଗନ’ ଡ୍ରଗ୍ସ ଜବତ କରିଛି । ଏହା ଆତଙ୍କବାଦୀ ନେଟୱାର୍କ ଭିତରେ ଜିହାଦୀ ଡ୍ରଗ୍ସ ଭାବେ ପରିଚିତ ।
କେନ୍ଦ୍ର ଗୃହମନ୍ତ୍ରୀ ‘ଏକ୍ସ’ରେ ଏକ ପୋଷ୍ଟ କରି କହିଛନ୍ତିଯେ ମଧ୍ୟପ୍ରାଚ୍ୟକୁ ଯାଉଥିବା ଡ୍ରଗ୍ସ ଚାଲାଣର ପର୍ଦ୍ଦାଫାସ ଓ ଜଣେ ବିଦେଶୀ ନାଗରିକଙ୍କୁ ଗିରଫ କରିବା ଡ୍ରଗ୍ସ ବିରୋଧରେ ଶୂନ୍ୟ ସହନଶୀଳତା ପ୍ରତି ଆମର ପ୍ରତବଦ୍ଧତାର ଉଦାହରଣ । ଭାରତ ଭିତରକୁ ଆସୁଥିବା କିମ୍ବା ଭାରତ ଦେଇ ଅନ୍ୟ ଦେଶକୁ ଯାଉଥିବା ପ୍ରତ୍ୟେକ ଡ୍ରଗ୍ସ ଅର୍ଡର ଜବତ କରାଯିବ ।
ଏଥିପାଇଁ କେନ୍ଦ୍ରମନ୍ତ୍ରୀ ଏନସିବିକୁ ପ୍ରଶଂସା କରିଛନ୍ତି । ଜଣାପଡ଼ିଛି ଯେ ଆନ୍ତର୍ଜାତିକ ଡ୍ରଗ୍ସ ଚୋର ଚାଲାଣକାରୀ ମହମ୍ମଦ ସଲିମ ଡୋଲାକୁ ତୁର୍କୀରୁ ଫେରାଇ ଆଣିବା ଏନସିବି ପାଇଁ ବଡ଼ ସଫଳତା ହୋଇଛି । ଭାରତର ଗୁଇନ୍ଦା ତଥ୍ୟ ଓ ଇଂଟରପୋଲ ରେଡ କର୍ଣ୍ଣର ନୋଟିସ ଆଧାରରେ ଏପ୍ରିଲ ୨୫ରେ ୫୮ବର୍ଷୀୟ ଡେଳଶକୁ ତୁର୍କୀ ଗୁଇନ୍ଦା ସଂସ୍ଥା ଅଟକ ରଖିଥିଲା ।
ଅପରେସନ ଗ୍ଲୋବାଲ ହଂଟ ଅନ୍ତର୍ଗତ ଡେଳଶକୁ ଭାରତ ଅଣାଯିବା ପରେ ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତିକ ିମାନ ବନ୍ଦରରୁ ଗିରଫ କରଯାଇଥିଲା । ଡୋଲା ଆଠବର୍ଷ ପୂର୍ବେ ଭାରତରୁ ଖସି ସଂଯୁକ୍ତ ଆରବ ଏମିରେଟ୍ସ ଚାଲି ଯାଇଥିଲା । ୨୦୨୪ରେ ଇସ୍ତାନବୁଲକୁ ଛୁଟି କାଟିବାକୁ ଯାଇଥିବାବେଳେ ସେ ତୁର୍କୀରେ ଧରାପଡ଼ିଥିଲା ।
ଗତବର୍ଷ ଡୋଲାର ପୁଅକୁ ୟୁଏଇରୁ ପ୍ରତ୍ୟାର୍ପଣ କରି ଅଣାଯାଇଥିଲା । ଏହା ପରେ ଡୋଲା ଗିରଫଦାରୀ ଏଡାଇବାକୁ ନିଜ ସହଯୋଗୀ ଓ ପରିବାର ଲୋକଙ୍କ ସହିତ ଯୋଗାଯୋଗ ବନ୍ଦ କରି ଦେଇଥିଲା ।
ଅନେକେ ନାର୍କୋଟିକ୍ସ ଚୋରା ଚାଲାଣ ମାମଲାରେ ଡୋା ଭାରତରେ ୱାଂଟେଡ ଥିଲେ ମଧ୍ୟ ଆଇନ ହାତରୁ ଖସି ଯିବାରେ ସମର୍ଥ ହେଉଥିଲା ।