କେଜରିୱାଲଙ୍କ ସମେତ ୭ଜଣଙ୍କୁ ଅଦାଲତ ଅବମାନନା ନୋଟିସ
ଦିଲ୍ଲୀ ଅବକାରୀ ନୀତି ଅନିୟମିତତା ମାମଲାରେ ଅଭିଯୁକ୍ତ ଆପ ଆବାହକ ଅରବିନ୍ଦ କେଜରିୱାଲ ଓ ଅନ୍ୟ ୬ଜଣ ଆପ ନେତାଙ୍କ ବିରୋଧରେ ଦିଲ୍ଲୀ ହାଇକୋର୍ଟ ଅଦାଲତ ଅବମାନନା ମାମଲା ରୁଜୁ କରିଛନ୍ତି ।
ନ୍ୟାୟପାଳିକା ବିରୋଧରେ ଅଭିଯୁକ୍ତମାନେ ଯୋଜନାବଦ୍ଧ ଭାବେ ଅପପ୍ରଚାର ଚଳାଇଥିବା ଅଭିଯୋଗ କରି ଏହି ମାମଲା ରୁଜୁ ହୋଇଛି ।
ମାମଲା ରୁଜୁ ପରେ ଅଭିଯୁକ୍ତମାନଙ୍କୁ ହାଇକୋର୍ଟଙ୍କ ପକ୍ଷରୁ ନୋଟିସ ଜାରି କରାଯାଇଛି ।
ନୋଟିସ ପାଇଥିବା ଅଭିଯୁକ୍ତମାନେ ହେଲେ ଅରବିନ୍ଦ କେଜରିୱାଲ, ମନୀଷ ସିସୋଦିଆ, ସଂଜୟ ସିଂହ, ସୌରଭ ଭରଦ୍ୱାଜ, ବିନୟ ମିଶ୍ର, ଦୁର୍ଗେଶ ପାଠକ ।