ଆଣ୍ଡାମାନ ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ
ପାଣିପାଗ ବିଭାଗର ଘୋଷଣା ଅନୁସାରେ ଚଳିତବର୍ଷ ମୌସୁମୀ ବାୟୁ ଆଣ୍ଡାମାନ ଛୁଇଁଛି । ଯାହାଦ୍ୱାରା ଓଡ଼ିଶା ସହ ପାର୍ଶବର୍ତୀ ରାଜ୍ୟଗୁଡ଼ିକରେ ମୌସୁମୀ ଶୀଘ୍ର ଆସିବାର ସମ୍ଭାବନା ଦେଖାଦେଇଛି ।
ଆସନ୍ତା ୨୭ତାରିଖ ସୁଦ୍ଧା ଏହି ମୌସୁମୀ କେରଳ ଛୁଇଁବ ବୋଲି ଆଇଏମଡି ଆକଳନ କରିଛି । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ଉପରେ ସକ୍ରିୟ ଥିବା ଲଘୁଚାପ ପ୍ରଭାବରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଶୀଘ୍ର ଛୁଇଁଲା ।
ମୌସୁମୀ ବର୍ତମାନ ଦକ୍ଷିଣ ବଙ୍ଗୋସାଗର, ଆଣ୍ଡାମାନ ସାଗର ଓ ଆଣ୍ଡାମାନ-ନିକୋବର ଦ୍ୱୀପପୁଞ୍ଜର କିଛି ଅଂଚଳକୁ ମୌସୁମୀ ବାୟୁ ପ୍ରବେଶ କରିଛି ।
ଏହାର ଠିକ୍ ୧୦ରୁ ୧୨ଦିନ ମଧ୍ୟରେ ଅର୍ଥାତ ୨୭ତାରିଖରେ ସୁଦ୍ଧା କେରଳ ଛୁଇଁବ ଏବଂ ଏହା ଉପରେ ଜୁନ୍ ଦ୍ୱିତୀୟ ସପ୍ତାହରେ ଏହି ମୌସୁମୀ ଓଡ଼ିଶା ସହ ପାର୍ଶବର୍ତୀ ରାଜ୍ୟଗୁଡ଼ିକରେ ପ୍ରବେଶ କରିବାର ସମ୍ଭାବନା ଦେଖାଦେଇଛି ।