ତୃଣମୂଳକୁ ଆହୁରି ଶକ୍ତିଶାଳୀ କରିବି : ମମତା
ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ-୨୦୨୬ରେ କ୍ଷମତା ହରାଇବା ଏବଂ ବର୍ଷବର୍ଷ ଧରି ସବୁଠାରୁ ବଡ଼ ନିର୍ବାଚନୀ ବିପର୍ଯ୍ୟୟର ସମ୍ମୁଖୀନ ହେବା ପରେ ତୃଣମୂଳ କଂଗ୍ରେସ (ଟିଏମସି) ସୁପ୍ରିମୋ ମମତା ବାନାର୍ଜୀ କହିଛନ୍ତି ଯେ ତୃଣମୂଳ କଂଗ୍ରେସକୁ ଆହୁରି ଶକ୍ତିଶାଳୀ କରିବା ସହ ଦଳକୁ ପୁଣି ଥରେ ନିର୍ମାଣ କରିବି ।
କଲକାତାର କାଳୀଘାଟସ୍ଥିତ ବାସଭବନରେ ସୁଶ୍ରୀ ବାନାର୍ଜୀ ନିର୍ବାଚନ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ସମସ୍ତ ଦଳୀୟ ପ୍ରାର୍ଥୀଙ୍କ ସହିତ ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ କରିଥିଲେ ।
ଦଳର ଜାତୀୟ ମହାସଚିବ ଅଭିଷେକ ବାନାର୍ଜୀ ମଧ୍ୟ ବୈଠକରେ ଉପସ୍ଥିତ ଥିଲେ ।
ପରାଜୟ ପରେ ଦଳ ଭିତରେ ଦେଖାଦେଇଥିବା ଆଭ୍ୟନ୍ତରୀଣ ଅଶାନ୍ତି ଏବଂ ନେତାମାନେ ଦଳ ପରିବର୍ତନ କରିବା ସମ୍ପର୍କରେ କଳ୍ପନାଜଳ୍ପନା ପ୍ରସଙ୍ଗରେ ସୁଶ୍ରୀ ବାନାର୍ଜୀ କହିଛନ୍ତି ଯେ ଯେଉଁମାନେ ଦଳ ଛାଡ଼ିବାକୁ ଚାହୁଁଛନ୍ତି, ସେମାନେ ଏହା କରିପାରିବେ, କିନ୍ତୁ ଦଳକୁ ପୁଣି ନୂତନ ଭାବେ ନିର୍ମାଣ କରାଯିବା ସହ ଶକ୍ତିଶାଳୀ କରାଯିବ ବୋଲି ଦୃଢ଼ୋକ୍ତିର ସହ କହିଛନ୍ତି ।