ବ୍ର୍ରହ୍ମପୁର ବର୍ବରତା, ପୁଲିସ ଚୁପ୍
ରାଜ୍ୟରେ ଦିନକୁ ଦନ ବଢ଼ିଚାଲିଛି ହିଂସା, ହତ୍ୟା, ଅପହରଣ ଓ ଭିଡ଼ ହିଂସା ଭଳି ଘଟଣା ।
ଗତ କିଛିଦିନ ତଳେ ବାଲିଅନ୍ତାରେ ଭିଡ଼ ହିଂସାଜନିତ ହତ୍ୟା ଘଟଣା, ବାଲିପାଟଣାରେ ସମାନ ଭାବେ ହତ୍ୟା ଏବଂ ନୟାଗଡ଼ ଓଡ଼ଗାଁରେ ଜଣେ ଯୁବକଙ୍କ ୨ ହାତ କାଟି ମାଙ୍କଡ଼ା ପଥର ମାଫିଆମାନେ ହତ୍ୟା କରିବା ଘଟଣାକୁ ଲୋକେ ପାଶୋରି ପାରିନାହାନ୍ତି ।
ତେବେ ପୁଣି ଥରେ ଘଟିଛି ଭିଡ଼ ହିଂସା । ଏଥରକ ବ୍ରହ୍ମପୁରର ଗିରିରୋଡରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ।
ଗତ କାଲି ସୋମବାରରେ ପୁଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି ଦୁର୍ବୃତ ।
ଉମେଶ ନାମକ ଜଣେ ଯୁବକ ଓ ତାଙ୍କ ସହ ଥିବା ଜଣେ ଯୁବତୀଙ୍କୁ ୨ ଜଣ ଅସାମାଜିକ ଅତି ନିର୍ମର୍ମ ଭାବେ ଠେଙ୍ଗାରେ ପିଟୁଥିବା ଭିଡିଓ ଭାଇରାଲ ହୋଇଛି ।
ସର୍ବସାଧାରଣରେ ଏଭଳି ଏକ ମଧ୍ୟଯୁଗୀୟ ବର୍ବରତା ଘଟୁଥିବାବେଳେ ଲୋକେ ଆକ୍ରମଣକାରୀଙ୍କୁ ଅଟକାଇବକୁ ସାହାସ ଜୁଟାଇପାରିନଥିଲେ ।
ତେବେ ଏଠାରେ ପ୍ରଶ୍ନ ଉଠୁଛି ଯେ ଏହି ଘଟଣା ପରେ ପୁଲିସ କ’ଣ ପାଇଁ ଚୁପ ହୋଇ ବସିଛି ?
କାହା ଚାପରେ ସେ ଆକ୍ରମଣକାରୀଙ୍କୁ ଏଯାଏଁ ଧରିବାକୁ ଚେଷ୍ଟା କୂରୁନି ?
ପୁଲିସ କେବଳ ଏହି ଘଟଣାରେ ୫ ଜଣଙ୍କ ନାମରେ ମାମଲା ରୁଜୁ କରି ହାତ ବାନ୍ଧି ବସିଛି ଆକ୍ରମଣରେ ଗୁରୁତର ହୋଇଥିବା ଉମେଶଙ୍କ ମାଆ ପ୍ରଶ୍ନ କରିଛନ୍ତି ।
ସୂଚନାଥାଉ କି, ଏହି ଆକ୍ରମଣବେଳେ ପାଖରେ ଡୁ୍ୟଟି ଦେଉଥିବା କିଛି ପୁଲିସ କର୍ମଚାରୀ ଉମେଶଙ୍କୁ ବଂଚାଇବା ପରିବର୍ତେ ମୋବାଇଲ ଦେଖୁଥିବା ଭିଡିଓ ଏବେ ବିଭିନ୍ନ ସୋସିଆଲ ମିଡିଆରେ ବୁଲୁଛି ।