ଉଚ୍ଛେଦବେଳେ ‘ପନିକି’ରେ ବିରୋଧ
କଳାରାହାଙ୍ଗ ଠାରେ ୫୦ରୁ ଊଦ୍ଧ୍ୱର୍ ଦୋକାନ ଓ ଘର ପ୍ରଶାସନ ଭାଙ୍ଗିଛି
ରାଜଧାନୀରେ ଭୁବନେଶ୍ୱର ମ୍ୟୁନସିପାଲ କର୍ପୋରେସନ (ବିଏମସି)ର ଆଦେଶକ୍ରମେ ଜବରଦଖଲ ଉଚ୍ଛେଦ ନିମନ୍ତେ ବୁଲଡୋଜର ବୁଲିଛି ।
ମଙ୍ଗଳବାର ଭୁବନେଶ୍ୱର ପଟିଆସ୍ଥିତ କଳାରାହାଙ୍ଗ ଠାରେ ରେ ବିଡିଏ, ବିଏମସି ଏବଂ ଜିଏର ମିଳିିତ ଉଦ୍ୟମରେ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି ।
ଏହି କ୍ରମରେ ପ୍ରାୟ ୫୦ରୁ ଊଦ୍ଧ୍ୱର୍ ଦୋକାନ ଓ ଘର ବିଡିଏ ଭାଙ୍ଗିଛି ।
ତେବେ ପ୍ରଶାସନର ଏହି ଉଚ୍ଛେଦକୁ ବିରୋଧ କରି ଜବରଦଖଲକାରୀ ବିଶେଷ କରି ମହିଳାମାନେ ହାତରେ ଠେଙ୍ଗା ଓ ପନିକି ଧରି ଉଚ୍ଛେଦକୁ ବିରୋଧ କରିଛନ୍ତି ।
ଭୁବନେଶ୍ୱର କଳାରାହାଙ୍ଗ ଠାରେ ସରକାରୀ ଜମି ଉପରେ କିଛି ଜବରଦଖଲକାରୀ ଜୋରଜବରଦସ୍ତ ଘର ଓ ଦୋକାନ କରି ରହିଆସୁଥିଲେ ।
ବାରମ୍ବାର ପ୍ରଶାସନର ତାଗିଦା ସତ୍ୱେ ସେମାନେ ହଟୁନଥିଲେ ।
ସେମାନଙ୍କୁ ହଟାଇବା ନିମନ୍ତେ ମଙ୍ଗଳବାର ପ୍ରଶାସନ ପକ୍ଷରୁ ସକାଳୁ ଜବରଦଖଲ ଉଚ୍ଛେଦ କରାଯାଇଛି ।
ଏହି ଜବରଦଖଲକୁ ବିରୋଧ କରି ବସ୍ତିବାସିନ୍ଦାମାନେ ହାତରେ ଠେଙ୍ଗା, ବାଡ଼ି କଟୁରୀ ଓ ପନିକି ଧରି ପ୍ରଶାସନକୁ ବିରୋଧ କରିଥିଲେ ।