କାମି ରିତା ସେର୍ପାଙ୍କ ବିଶ୍ୱ ରେକର୍ଡ
ନେପାଳୀ ପର୍ବତାରୋହୀ କାମି ରିତା ସେର୍ପା ରବିବାର ୩୨ତମ ଥର ପାଇଁ ମାଉଂଟ ଏଭରେଷ୍ଟ ଚଢ଼ି ଇତିହାସ ରଚନା କରିଛନ୍ତି ।
ସେ ସର୍ବାଧିକ ସଂଖ୍ୟକ ଆରୋହଣ ପାଇଁ ନିଜ ବିଶ୍ୱ ରେକର୍ଡ ଭାଙ୍ଗିଛନ୍ତି ।
୫୬ବର୍ଷୀୟ ପର୍ବତାରୋହୀ ରବିବାର ସକାଳ ୧୦ଟା ୧୨ ମିନିଟରେ ୮୮୪୯ ମିଟର ଉଚ୍ଚ ଶିଖରରେ ପହଂଚିଥିଲେ ।
ସେ ୧୪ ପିକ୍ସ ଏକ୍ସପିଡିସନ ଦ୍ୱାରା ପରିଚାଳିତ ଏକ ଅଭିଯାନର ନେତୃତ୍ୱ ନେଉଥିଲେ ।