ଇଡି ଦ୍ୱାରା ଆପ ନେତା ଗିରଫ
ଜଣେ ଆମ ଆଦମୀ ପାର୍ଟି ନେତାଙ୍କୁ ଇଡି ଅଧିକାରୀମାନେ ଗିରଫ କରିଛନ୍ତି ।
ସଂପୃକ୍ତ ନେତାଙ୍କ ଦିଲ୍ଲୀ ଓ ଗୋଆ ବାସଭବନରେ ଚଢ଼ଉ ଇଡି ପକ୍ଷରୁ ଜାରି ରହିଛି । ଆଗକୁ ଗୋଆ ନିର୍ବାଚନ ଥିବାବେଳେ ଗୋଆ ସହ ଜଡ଼ିତ ଜଣେ ଆପ ନେତାଙ୍କ ଘରେ ଇଡି ଚଢ଼ଉ କରିଛି । ସୋମବାର ଭୋରରୁ ଆପ ଗୋଆ ସହ-ପ୍ରଭାରୀ ଦୀପକ ସିଙ୍ଗଲାଙ୍କ ବାସଭବନ ଏବଂ ଗୋଆରେ କିଛି ସ୍ୱେଚ୍ଛାସେବକଙ୍କ ଘରେ ଇଡି ଚଢ଼ଉ କରିଛି ।
ଖବର ଅନୁସାରେ ତାଙ୍କର ଦିଲ୍ଳୀ ଏବଂ ଗୋଆସ୍ଥିତ ବାସଭବନରେ ଚଢ଼ଉ କରାଯାଇଛି । ଉତର ଗୋଆର ଗୋଟିଏ ଫ୍ଲାଟରେ ତଲାସି କରାଯାଇଛି । ଯେଉଁଠାରେ ଆପ ସଂଗଠନ ଦଳର କିଛି ସଦସ୍ୟ ରହନ୍ତି । ଶ୍ରୀ ସିଙ୍ଗଲା ୨୦୨୫ ଏବଂ ୨୦୨୦ରେ ଆପ ଟିକଟରେ ବିଶ୍ୱାସ ନଗର ଆସନରୁ ଦିଲ୍ଲୀ ବିଧାନସଭା ନିର୍ବାଚନ ଲଢ଼ିଥିଲେ ।
୨୦୨୪ ମସିହାର ଏକ ବ୍ୟାଙ୍କ ଠକେଇ ମାମଲା ସହ ଜଡ଼ିତ ମନି ଲଣ୍ଡରିଂ ତଦନ୍ତ ପାଇଁ ତାଙ୍କ ବାସଭବନରେ ଇଡି ତଲାସି କରିଥିଲା ।