ସାର୍ବଜନୀନ ସ୍ଥାନରୁ ହଟାଓ ବୁଲା କୁକୁର : ଏସସି
ଏବେ ସାରା ଦେଶରେ ବୁଲା କୁକୁରଙ୍କ ଦୌରାତ୍ମ୍ୟ ବୃଦ୍ଧି ପାଇଛି ।
ଦିନ ହେଉ ବା ରାତି, ସକାଳ ହେଉ କିମ୍ବା ସଞ୍ଜ ସବୁବେଳେ ରାସ୍ତାଘାଟରେ ବୁଲାକୁକୁରମାନେ ଆଡ୍ଡା ଜମାଉଛନ୍ତି ।
ଯେତେ ହର୍ଣ୍ଣ ମାରିଲେ ବି ସେମାନେ ଶୁଣୁନାହାନ୍ତି ବା ହଟୁନାହାନ୍ତି ।
ବରଂ ହିଂସ୍ର ହୋଇ କାମୁଡ଼ିବାକୁ ଗୋଡ଼ାଉଛନ୍ତି । ଏଭଳି ଅନେକ ଘଟଣା ଘଟିବା ପରେ ସାର୍ବଜନୀନ ସ୍ଥାନରୁ ବୁଲା କୁକୁରଙ୍କୁ ହଟାଇବା ପାଇଁ ମାନ୍ୟବର ସୁପ୍ରିମକୋର୍ଟ ନର୍ଦେଶ ଜାରି କରିଛନ୍ତି ।
ଏଭଳି ଏକ ମାମଲାର ଶୁଣାଣି କରି ଜଷ୍ଟିସ ବିକ୍ରମ ନାଥ, ସନ୍ଦିପ ମେହେଟ୍ଟା, ଏନ୍.ବି,ଅଞ୍ଜାରିଆଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନିର୍ଦେଶ ଜାରି କରିଛନ୍ତି । ବିଶେଷ କରି ଜାତୀୟ ରାଜପଥ ଓ ଏକ୍ସପ୍ରେସ ୱେରୁ ବୁଲା କୁକୁର ଓ ଗୋରୁଙ୍କୁ ହଟାଇବା ନିମନ୍ତେ ଆଦେଶରେ ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି । ସେହିଭଳି ସ୍କୁଲ, ହସ୍ପିଟାଲ ଓ ବସ୍ଷ୍ଟାଣ୍ଡ ଆଦି ସ୍ଥାନରୁ ମଧ୍ୟ ବୁଲା କୁକୁରଙ୍କୁ ହଟାଇବାକୁ ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦେଶ ଦେଇଛନ୍ତି । ଜନସୁରକ୍ଷାକୁ ପ୍ରାଥମିକତା ଦେଇ ସର୍ବୋଚ୍ଚ ନ୍ୟାୟାଳୟ ଏହି ରାୟ ପ୍ରଦାନ କରିଛନ୍ତି ।