ପୁଲିସକୁ ଡରୁନାହାନ୍ତି ବାଲି ମାଫିଆ
ଆଇଆଇସିଙ୍କୁ ପିଟି ନେଇଗଲେ ବାଲି ଟ୍ରାକ୍ଟର
ଏବେ ରାଜ୍ୟରେ ପୁଲିସକୁ କେହି ଖାତିର କରୁନଥିବା ଦେଖାଦେଉଛି ।
କେତେବେଳେ ବାଲି ମାଫିଆ ତ ଆଉ କେତବେଳେ ଖଣି ମାଫିଆ ଚଢ଼ଉ କରିବାକୁ ଯାଇଥିବା ପୁଲିସ ଟିମ୍ ଉପରେ ମରଣାନ୍ତକ ଆକ୍ରମଣ କରିବାକୁ ମଧ୍ୟ ପଛଉନାହାନ୍ତି । ଏହିଭଳି ଏକ ଘଟଣା ଘଟିଛି ।
ବାଲି ଚୋର ଚାଲାଣହେଉଥିବା ଖବରପାଇ ପୁଲିସ ଟିମ୍ ଚଢ଼ଉ କରିଥିଲା ।
ହେଲେ ପୁଲିସ କର୍ମଚାରୀଙ୍କୁ ବାଲି ମାଫିଆଙ୍କ ଆକ୍ରମଣ ଶିକାର ହେବାକୁ ପଡ଼ିଛି ।
ବାଲି ମାଫିଆମାନେ ପୁଲିସକୁ ପିଟି ବାଲି ବୋଝେଇ ଟ୍ରକକୁ ନେଇ ଚାଲିଯାଇଥିବା ଘଟଣା ସମଗ୍ର ରାଜ୍ୟ ତଥା ଦେଶରେ ଚର୍ଚ୍ଚାର ବିଷୟବସ୍ତୁ ପାଲଟିଛି । ଏହି ଘଟଣାର ମାଷ୍ଟରମାଇଣ୍ଡ ଭରତ ଦାଶ ଓ ଗାଡ଼ି ମାଲିକ ଦେବାଶିଷ ଦାସଙ୍କୁ ପୁଲିସ ଅଟକ ରଖିଛି ।