ପ୍ରିମିୟମ ପେଟ୍ରୋଲ ଲିଟର ୧୧୪ଟଙ୍କା
ରାଷ୍ଟ୍ରାୟତ ତେଲ କମ୍ପାନୀଗୁଡ଼ିକ ଆଜି ପୁଣି ପେଟ୍ରୋଲ ଓ ଡିଜେଲ ଦର ବଢ଼ାଇଛନ୍ତି ।
ପେଟ୍ରୋଲ ଦର ଲିଟର ପ୍ରତି ୯୩ ପଇସା ବୃଦ୍ଧି ପାଇ ୧୦୫ଟଙ୍କା ୪୪ପଇସାରେ ପହଂଚିଛି । ସେଭଳି ଡିଜେଲ ଦର ଲିଟର ପ୍ରତି ୯୬ପଇସା ବୃଦ୍ଧି ପାଇ ୯୬ଟଙ୍କା ୫୫ ପଇସା ହୋଇଛି ।
ଏଥି ସହିତ ପ୍ରିମିୟମ ପେଟ୍ରୋଲ ଦର ଲିଟର ପ୍ରତି ୯୪ପଇସା ବୃଦ୍ଧି ପାଇ ୧୧୪ଟଙ୍କା ୫୬ପଇସା ହୋଇଛି ।
ଗତ ପାଂଚ ଦିନ ମଧ୍ୟରେ ଏହା ପେଟ୍ରୋଲ ଓ ଡିଜେଲର ଦ୍ୱିତୀୟ ମୂଲ୍ୟବୃଦ୍ଧି ଅଟେ ।