ଅଲିଭ ରିଡଲେ ଅଣ୍ଡା ସଂଗ୍ରହ ଓ ଛୁଆ ଛାଡ଼ିବା ପ୍ରସଙ୍ଗ : ବ୍ରହ୍ମଗିରି ରେଞ୍ଜର ରେକର୍ଡ
ବିରଳ ଅଲିଭ ରିଡଲେ ଅଣ୍ଡା ସଂଗ୍ରହ କରିବା, ସଫଳତାର ସହକାରେ ଅଣ୍ଡାରୁ ଛୁଆଁ ଫୁଟିବାରେ ବ୍ୟବସ୍ଥା କରିବା ଓ ଛୁଆଙ୍କୁ ସମୁଦ୍ରରେ ଛାଡ଼ିବା ପ୍ରକ୍ରିୟାରେ ବ୍ରହ୍ମଗିରି ବନାଂଚଳ ପୂର୍ବବର୍ଷର ସମସ୍ତ ରେକର୍ଡ ଭାଙ୍ଗିଛି ।
୬୪୬ଟି ହେଚେରିରୁ ୬୬ହଜାର ୪୫୧ଟି ଛୁଆ ସମୁଦ୍ରକୁ ସୁରକ୍ଷିତ ଭାବେ ପ୍ରତ୍ୟାବର୍ତନ କରିଛନ୍ତି ।
ସୂଚନା ଅନୁସାରେ ବ୍ରହ୍ମଗିରି ବନାଂଚଳର ବାଲିହରଚଣ୍ଡି ବିଟରେ ମୋଟ ୨୧୬ଟି ବସାରୁ ୨୫ହଜାର ୩୦୩ଟି କଇଁଛ ଅଣ୍ଡା ସଂଗ୍ରହ କରାାଯାଇ ଅସ୍ଥାୟୀ ହାଚେରିରେ ରଖାଯାଇଥିଲା । ସେଥି ମଧ୍ୟରୁ ୨୨ହଜାର ୨୯୭ଟି ଛୁଆ ଫୁଟି ସମୁଦ୍ରକୁ ଯାଇଛନ୍ତି ।
୩୦୦୬ଟି ଅଣ୍ଡା ବିଭିନ୍ନ ପ୍ରାକୃତିକ କାରଣୁ ନଷ୍ଟ ହୋଇଛି । ସେହିଭଳି ଚାପମାଣିକ ବିଟରେ ୪୩୦ଟି ବସାରୁ ୪୦ହଜାର ୬୧୭ଟି ଅଣ୍ଡା ସଂଗ୍ରହ ହୋଇଥିବାବେଳେ ୪୪ହଜାର ୧୫୪ଟି କଇଁଛ ଛୁଆ ସମୁଦ୍ରକୁ ଛଡ଼ା ଯାଇଛି । ବାକି ୫୪୬୩ଟି ଅଣ୍ଡା ନଷ୍ଟ ହୋଇଛି ।
ଦୁଇଟି ବିଟରେ ମୋଟ ୬୪୬ଟି ବସାରୁ ୭୪ହଜାର ୯୨୦ଟି କଇଁଛ ଅଣ୍ଡା ସଂଗ୍ରହ ହୋଇଥିବାବେଳେ ୬୬ହଜାର ୪୫୧ଟି ଛୁଆ ସମୁଦ୍ରକୁ ଯାଇଛି ଏବଂ ୮୪୬୯ଟି ଅଣ୍ଡା ନଷ୍ଟ ହୋଇଛି । ଏହି ସଂଖ୍ୟା ବ୍ରହ୍ମଗିରି ବନାଂଚଳରେ ସର୍ବକାଳୀନ ରେକର୍ଡ ହୋଇଛି ।