୨୦ରେ ଔଷଧ ବିକ୍ରେତାଙ୍କ ବନ୍ଦ ଡାକରା
ଆସନ୍ତା ମେ ୨୦ ତାରିଖରେ ଔଷଧ ଦୋକାନୀଙ୍କ ବନ୍ଦ ଡାକରା ଯୋଗୁଁ ସାଧାରଣ ଗ୍ରାହକ ଔଷଧ ପାଇପାରିବେ ନାହିଁ ।
କାରଣ ଜଣାପଡ଼ିଛି ଯେ ରାଜ୍ୟରେ ଅନଲାଇନ ଔଷଧ ବିକ୍ରିକୁ ବିରୋଧ କରି ମେ ୨୦ତାରିଖରେ ଉକ୍ରଳ କେମିଷ୍ଟ ଆଣ୍ଡ ଡ୍ରଗିଷ୍ଟ ଆସୋସିଏସନ ବନ୍ଦ ଡାକରା ଦେଇଛି ।
ଅନଲାଇନରେ ଔଷଧ ବିକ୍ରି ସମେତ ତିନି ଦାବି ନେଇ ଏହି ବନ୍ଦ ଡାକରା ଦିଆଯାଇଛି ।
ଅନଲାଇନରେ ବିକ୍ରିରେ ରିଆତି ମିଳୁଛି, ହେଲେ ଔଷଧର ଗୁଣମାନକୁ ଅଣଦେଖା କରାଯାଉଛି ବୋଲି ଉକ୍ରଳ କେମିଷ୍ଟ ଆଣ୍ଡ ଡ୍ରଗିଷ୍ଟ ଆସୋସିଏସନ ପକ୍ଷରୁ ଅଭିଯୋଗ ହୋଇଛି ।