ଇନ୍ଧନ ବଂଚାଇବାକୁ ଅଭିନବ ପ୍ରୟାସ : ଘୋଡ଼ା ଚଢ଼ି ସ୍କୁଲ ଆସିଲେ ଶିକ୍ଷକ
ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁଁ ଭାରତ ସମେତ ଅଧିକାଂଶ ରାଷ୍ଟ୍ରରେ ତୈଳ ସଂକଟ ସୃଷ୍ଟି ହୋଇଛି ।
ଏହି ଅବସରରେ ଇନ୍ଧନ ବଂଚାଇବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତ କିଛିଦିନ ତଳେ ଦେଶବାସୀଙ୍କୁ ତୈଳ ସଂକଟରୁ ରକ୍ଷା ନିମିତ ଯେଉଁ ଆହ୍ୱାନ ଦେଇଥିଲେ, ତାହା ଝାଡ଼ଖଣ୍ଡର ଜଣେ ଶିକ୍ଷକ ଅକ୍ଷରେ ଅକ୍ଷରେ ପାଳନ କରୁଥିବା ନଜରକୁ ଆସିଛି । ଜଣାପଡ଼ିଛି ଯେ ମୁନ୍ନା ପ୍ରସାଦ ଗୁପ୍ତା ନାମକ ଜଣେ ଶିକ୍ଷକ ତାତିଦିରିସ୍ଥିତ ଏକ ସ୍କୁଲରେ କାର୍ଯ୍ୟରତ ଅଛନ୍ତି ।
ବର୍ତମାନ ତାଙ୍କୁ ଜନଗଣନା କାର୍ଯ୍ୟରେ ନିୟୋଜିତ କରାଯାଇଥିବାବେଳେ ପାନଘାଟୱା ଅଂଚଳରେ ଥିବା ଏକ ସରକାରୀ ସ୍କୁଲରେ ପ୍ରତିଦିନ ପହଂଚିବାକୁ ପଡ଼ୁଛି ।
ତେବେ ମୁନ୍ନା ବାଇକ ପରିବର୍ତେ ବର୍ତମାନ ଘୋଡ଼ା ଚଢ଼ି କାର୍ଯ୍ୟାଳୟକୁ ଯାଉଥିବା ଲକ୍ଷ୍ୟ କରାଯାଉଛି ।
ଏହି ପରିପ୍ରେକ୍ଷୀରେ ମୁନ୍ନା କୁହନ୍ତି ଯେ ଯେଉଁ ହାରରେ ପେଟ୍ରୋଲ, ଡିଜେଲ ମୂଲ୍ୟ ବୃଦ୍ଧି ଘଟୁଛି, ଜଣେ ସାଧାରଣ ସରକାରୀ କର୍ମଚାରୀ ବାଇକ, କାରରେ ଅଫିସ ଯିବା କଷ୍ଟକର ହୋଇପଡ଼ୁଛି ।
ଏଭଳି ସ୍ଥିତିରେ ଘୋଡ଼ା ଚଢ଼ି କାର୍ଯ୍ୟାସ୍ଥଳୟୀରେ ପହଂଚିବା ଶସ୍ତା ପ୍ରମାଣିତ ହେଉଛି ବୋଲି ସେ କହିଛନ୍ତି ।
ମୁନ୍ନାଙ୍କ ଘୋଡ଼ା ଚଢ଼ା ଭିଡ଼ିଓ ବର୍ତମାନ ସାମାଜିକ ଗଣମାଧ୍ୟମରେ ପ୍ରଘଟ ହୋଇଥିବାବେଳେ ଉପଭୋକ୍ତାମାନେ ତାଙ୍କର ଆଭିମୁଖ୍ୟକୁ ପ୍ରଶଂସା କରୁ୍ଥିବା ଲକ୍ଷ୍ୟ କରାଯାଇଛି ।