ଯନ୍ତ୍ରୀ ଭୁବନେଶ୍ୱର ଶବର ଗିରଫ
ଭବାନୀପାଟଣାର ସହକାରୀ ଯନ୍ତ୍ରୀ ଭୁବନେଶ୍ୱର ଶବରଙ୍କୁ ଆୟ ଠାରୁ ଅଧିକ ସମ୍ପତି ଠୁଳ କରିବା ଅପରାଧରେ ଭିଜିଲାନ୍ସ ଗିରଫ କରିଛି ।
ତାଙ୍କ ବିରୋଧରେ ଦୁର୍ନୀତିର ଅଭିଯୋଗ ଆସିବା ପରେ ଭିଜିଲାନ୍ସ ପକ୍ଷରୁ ତାଙ୍କ କାର୍ଯ୍ୟାଳୟ ଓ ବାସଭବନ ଉପରେ ଏକକାଳୀନ ଚଢ଼ଉ କରାଯାଇଥିଲା ।
ଏହି ଚଢ଼ଉବେଳେ ତାଙ୍କ ନାମରେ ୯୭ଟି ପ୍ଲଟ ସହ ୮୩ ଏକର ଜମି ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ଭିଜିଲାନ୍ସ ଜାଣିପାରିଛି ।
ଏତଦବ୍ୟତୀତ ଯନ୍ତ୍ରୀ ଶ୍ରୀ ଶବରଙ୍କ ରାଜ୍ୟର ବିଭିନ୍ନ ସ୍ଥାନରେ ୫ଟି ବହୁତଳ କୋଠା ଥିବା ଭିଜିଲାନ୍ସ ଜାଣିବାକୁ ପାଇଛି ।
ସେହିଭଳି ଚଢ଼ଉବେଳେ ତାଙ୍କ ନାମରେ ଥିବା ୧୭ ଏକରର ଦୁଇଟି ଫାର୍ମହାଉସକୁ ମଧ୍ୟ ଭିଜିଲାନ୍ସ ଠାବ କରିଛି ।
ଏଥିସହିତ ୮କ୍ୟାବିନ ବିଶିଷ୍ଟ ଏକ ମାର୍କେଟ କମ୍ପ୍ଲେକ୍ସ ରହିଥିବା ଭିଜିଲାନ୍ସ ଜାଣିବାକୁ ପାଇଛି ।
ତେବେ ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଭବାନୀପାଟଣାର ଆର୍ ଆଣ୍ଡ ବି ଡିଭିଜନ ଏବଂ ଧର୍ମଗଡ଼ ସବଡିଭିଜନର ଯନ୍ତ୍ରୀ ଶ୍ରୀ ଶବରଙ୍କୁ ରାଜ୍ୟ ଦୁର୍ନୀତି ନିବାରଣ ବିଭାଗ (ଭିଜିଲାନ୍ସ) ଗିରଫ କରିଛି ।