ସୂର୍ଯ୍ୟାସ୍ତ୍ର ରକେଟର ସଫଳ ପରୀକ୍ଷଣ
ଭାରତକୁ ପ୍ରତିରକ୍ଷା କ୍ଷେତ୍ରରେ ଅଧିକ ଶକ୍ତିଶାଳୀ କରିବା ପାଇଁ ନିରନ୍ତର ଭାବେ ଉନ୍ନତମାନର ଯୁଦ୍ଧାସ୍ତ୍ର ବିକାଶ କରାଯାଉଛି ।
ଏହି କ୍ରମରେ ଭାରତୀୟ ସେନା ପାଇଁ ପୁଣେସ୍ଥିତ ଏକ ଘରୋଇ କମ୍ପାନୀ ‘ନିବ ଲିମିଟେଡ’ ପକ୍ଷରୁ ବିକଶିତ ‘ସୂର୍ଯ୍ୟାସ୍ତ୍ର’ ରକେଟକୁ ଓଡ଼ିଶାର ଚାନ୍ଦିପୁରସ୍ଥିତ ଇଂଟିଗ୍ରେଟେଡ୍ ଟେଷ୍ଟ ରେଞ୍ଜ (ଆଇଟିଆର) ସଫଳ ପରୀକ୍ଷା କରାଯାଇଛି । ଏହ କମ୍ପାନୀ ୨ଟି କିସମର ସୂର୍ଯ୍ୟାସ୍ତ୍ର ରକେଟ ପ୍ରସ୍ତୁତ କରିଛି ।
ଗୋଟିକର ମାରକ କ୍ଷମତା ୧୫୦ କି.ମି. ରହିଥିବାବେଳେ ଅନ୍ୟଟିର ମାରକ କ୍ଷମତା ୩୦୦ କି.ମି. ରହିଛି ।
ତେବେ ପରୀକ୍ଷଣ ସମୟରେ ଉଭୟ କିସମର ରକେଟ ତା’ର ଟାର୍ଗେଟକୁ ସଫଳତା ପୂର୍ବକ ଧ୍ୱଂସ କରପାରିଥିଲା ।
ଏହି ଲଙ୍ଗ ରେଞ୍ଜ ରକେଟ ଆର୍ଟିଲାରୀ ସଠିକ ମାରକ କ୍ଷମତା ସାରା ବିଶ୍ୱକୁ ଚକିତ କରିଛି ।