୪୫ଡିଗ୍ରୀ ଉପରେ ଉତରପ୍ରଦେଶ, ଓଡ଼ିଶା, ଦିଲ୍ଲୀ
ଦେଶରେ ବିଭିନ୍ନ ଅଂଚଳରେ ଭୀଷଣ ଗ୍ରୀଷ୍ମପ୍ରବାହ ଲାଗି ରହିଥିବାବେଳେ ଦିଲ୍ଲୀ-ଏନସିଆରରେ ତାପମାତ୍ରା ବୁଧବାର ୪୬ଡିଗ୍ରୀ ଛୁଇଁପାରେ ।
ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ସତର୍କ କରାଇ ଦେଇଛି ଯେ ବୁଧବାର ଦିଲ୍ଲୀରେ ତାପମାତ୍ରା ପ୍ରାୟ ୪୬ଡିଗ୍ରୀ ସେଲସିୟସ ହେବ । ଆଇଏମଡି ପକ୍ଷରୁ ଦିଲ୍ଲୀ ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ଦିଲ୍ଲୀ, ପଞ୍ଜାବ, ହରିଆଣା, ଚଣ୍ଡିଗଡ଼ରେ ସପ୍ତାହ ମଧ୍ୟରେ ପ୍ରବଳ ଗ୍ରୀଷ୍ମ ସମ୍ଭାବନା ରହିଛି ।
ତେବେ ଅପରାହ୍ନ ଓ ସନ୍ଧ୍ୟାରେ ପ୍ରବଳ ପବନ ବହିବ ବୋଲି କୁହାଯାଇଛି । ପାଣିପାଗ ବିଭାଗର ସତର୍କ ଅନୁସାରେ ଆଜି ସମଗ୍ରୀ ଦିଲ୍ଲୀ ଉପରେ ସତର୍କ ନଜର ରଖାଯାଇଥିଲା । ଜଣାପଡ଼ିଛି ଯେ ସର୍ବାଧିକ ତାପମାତ୍ରା ୪୫.୫ହିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।
ତେବେ ରିଜ ଷ୍ଟେସନରେ ୪୫.୫ ଡିଗ୍ରୀ, ଆୟାନଗରରେ ୪୫.୫ ଡିଗ୍ରୀ ଓ ଲୋଧି ରୋଡ଼ରେ ତାପମାତ୍ରା ୪୫.୨ଡିଗ୍ରୀ ଥିଲା । ଏପ୍ରିଲ ୨୮ ପରଠୁ ଦିଲ୍ଲୀର ବାୟୁ ଗଣବତା ଗତକାଲି ସବୁଠୁ ଖରାପ ଥିଲା । ସେହିପରି ମଙ୍ଗଳବାର ଦିଲ୍ଲୀ ବର୍ଷର ଚତୁର୍ଥ ଉଷ୍ମ ଦିନ ଥିଲା ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।
ଦିଲ୍ଲୀ ସହ ମଧ୍ୟପ୍ରଦେଶ, ପୂର୍ବ ମହାରାଷ୍ଟ୍ର, ରାଜସ୍ଥାନ ଓ ଛତିଶଗଡ଼ରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ସେହିପରି ଓଡ଼ିଶାରେ ମଧ୍ୟ କିଛି ଅଂଚଳରେ ରୌଦ୍ରତାପ ଓ ଗୁଳୁଗୁଳି ପ୍ରବଳ ରହିଥିଲା ।
ଓଡ଼ିଶାର ଝାରସୁଗୁଡ଼ା ତାପମାତ୍ରା ୪୫ଡିଗ୍ରୀ ଅତିକ୍ରମ କରିଥିବାବେଳେ ଆଜି ତାହା ୪୫.୨ଡିଗ୍ରୀ ସେଲସିୟସ ରହିଥିବା ଜଣାପଡ଼ିଛି ।
ସେହିପରି ଉତର ପ୍ରଦେଶର ବାନ୍ଦା ଜିଲାରେ ତାପମାତ୍ରା ୪୮.୨ ଡିଗ୍ରୀ ରହିବାଦ୍ୱାରା ଦେଶର ସବୁଠୁ ଉତପ୍ତ ସ୍ଥାନ ଭାବେ ଗଣ୍ୟ କରାଯାଇଛି ।