ନାସାର ଆର୍ଟେମିସ ମିଶନ ପାଇଁ ଖୋଲିବ ନୂଆ ବାଟ
ଭାରତର ସଫଳ ଚନ୍ଦ୍ରଯାନ-୩ ମିଶନ ଏହାର ଅଭିଯାନ ଶେଷ କରିବାର ଦୀର୍ଘ ସମୟ ପରେ ମଧ୍ୟ ବିଶ୍ୱ ମହାକାଶ ବିଜ୍ଞାନ ଜଗତକୁ ଚକିତ କଲାଭଳି ନୂଆ ନୂଆ ତଥ୍ୟ ପ୍ରଦାନ କରିବାରେ ଲାଗିଛି ।
ମିଶନର ଶେଷ ସମୟରେ ବିକ୍ରମ ଲାଣ୍ଡର ଦ୍ୱାରା କରାଯାଇଥିବା ଏକ ଅପରିକଳ୍ପିତ ‘ହପ୍ ଏକ୍ସପେରିମେଂଟ’ ବର୍ତମାନ ଚନ୍ଦ୍ରର ଦକ୍ଷିଣ ମେରୁର ଭୂତତ୍ୱକୁ ବୁଝିବାରେ ଏକ ବଡ଼ ସଫଳତା ଆଣି ଦେଇଛି ।