ଜିଲା ଯୋଗାଣ ଅଧିକାରୀଙ୍କୁ ଯୋଗାଣ ସଚିବଙ୍କ ତାଗିଦ୍
ଜିଲା ଯୋଗାଣ ଅଧିକାରୀଙ୍କୁ ଯୋଗାଣ ସଚିବଙ୍କ କଡ଼ା ତାଗିଦ । ନିୟମ ପାଳନ ନ କଲେ ନିଲମ୍ବିତ ହେବେ କିମ୍ବା ଚାକିରି ଯିବ ।
ଅତ୍ୟାବଶ୍ୟକୀୟ ସାମଗ୍ରୀର କୃତ୍ରିମ ଅଭାବ ସୃଷ୍ଟି ପୂର୍ବରୁ ପଦକ୍ଷେପ ନିଅନ୍ତୁ । ରିଆକ୍ଟିଭ ହେବା ପରିବର୍ତେ ଆଗୁଆ ପ୍ରୋ ଆକ୍ଟିଭ ହୋଇ କାମ କରନ୍ତୁ ବୋଲି ଯୋଗାଣ ସଚିବ ସଂଜୟ ସିଂହ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ କଣ୍ଡକ୍ଟ ରୁଲକୁ ପାଳନ କରନ୍ତୁ । ନ ହେଲେ ନିଲମ୍ବନ ଓ ବହିଷ୍କାର କରାଯିବ ।
ଏଲପିଜି, ଡିଜେଲ, ପେଟ୍ରୋଲ ଦରଦାମ ବୃଦ୍ଦିରେ କାହିଁକି ପ୍ରୋ ଆକ୍ଟିଭ ହୋଇ କାମ କରିବାକୁ ନିର୍ଦେଶକୁ ଅପେକ୍ଷା କରିବାକୁ ପଡ଼ୁଛି । କିଛି ଅସୁବିଧା ଅଛି ତ ତୁରନ୍ତ ଜଣାନ୍ତୁ । ଜିଲାସ୍ତରରେ ଚଢ଼ଉ କର । କଳାବଜାରୀଙ୍କ ଉପରେ ଆକ୍ସନ ନିଅ ଏବଂ କେଉଁଠି ଅସୁବିଧା ରହିଛି ଜଣାନ୍ତୁ ।
ଏହି ଅବସରରେ ଯୋଗାଣ ଅଧିକାରୀମାନଙ୍କୁ କଡ଼ାକଡ଼ି ଭାବେ ନିର୍ଦେଶ ପାଳନ ପାଇଁ ଯୋଗାଣ ଅଧିକାରୀମାନଙ୍କୁ ଶପଥ କରାଇଛନ୍ତି । ଚାଉଳ ଡେଲିଭରୀକୁ ନେଇ ଅସନ୍ତୋଷ ପ୍ରକାଶ କଲେ ଯୋଗାଣ ସଚିବ । ୨୦୨୪-୨୫ରେ ୬୩ଲକ୍ଷ ମେଟ୍ରିକ ଟନ ଚାଉଳ ଉତ୍ପାଦନ କରାଯାଇଛି । କିନ୍ତୁ ଏପର୍ଯ୍ୟନ୍ତ ୫୦ ହଜାର ମେଟ୍ରିକ ଟନ ଚାଉଳ ଡେଲିଭରି କେଉଁ କାରଣରୁ ହୋଇପାରିନି ବୋଲି ଅଧିକାରୀଙ୍କୁ ପ୍ରଶ୍ନ କରିଛନ୍ତି ।
୧୦୦% ଇ-କେୱାଇସି ପାଇଁ ବିଭାଗୀୟ ଅଧିକାରୀଙ୍କୁ ଟାର୍ଗେଟ ଦେଲେ ଯୋଗାଣ ସଚିବ । ରାଜ୍ୟରେ ୩କୋଟି ୩୦ଲକ୍ଷ ରେସନ ହିତାଧିକାରୀ ରହିଛନ୍ତି ।
ବର୍ତମାନ ସୁଦ୍ଧା ୯୭% ଇ-କେୱାଇସି ସରିଛି, ଆଧାର ଯାଂଚ ୯୬% ହୋଇଛି ବୋଲି ଯୋଗାଣ ସଚିବ ସୂଚନା ପ୍ରଦାନ କରିଛନ୍ତି ।