ଓଡ଼ିଶାରେ ସବୁଠି ତାତି ଅସମ୍ଭାଳ
ଝାରସୁଗୁଡ଼ା ସର୍ବାଧିକ ୪୬ ଡିଗ୍ରୀ
ଗୁରୁବାର ଓଡ଼ିଶା ଏକ ଜଳନ୍ତା ତାଉଆ ପାଲଟିଛି । ପ୍ରଚଣ୍ଡ ତାତି ଓ ଗୁଳଗୁଳିରେ ସନ୍ତୁଳି ହେଉଛି ସାରା ଓଡ଼ିଶା । ଏହାର ଅଧିକାଂଶ ଜିଲାରେ ତାପମାତ୍ରା ୪୦ ଡିଗ୍ରୀ ଉପରକୁ ରହିଛି । ସତେ ଯେମିତି ଆକାଶରୁ ନିଆଁପିଣ୍ଡୁଳା ବର୍ଷୁଛି ।
ଆଜି ଦ୍ୱିପହର ୨ଟା ସୁଦ୍ଧା ଝାରସୁଗଡ଼ାରେ ସର୍ବାଧିକ ୪୬ ଡିଗ୍ରୀ ତାପମାତ୍ରା ରହିଛି । ସେିହପିର ସମ୍ବଲପୁରରେ ୪୫.୩ ଡିଗ୍ରୀ, ହୀରାକୁଦରେ ୪୫ ଡିଗ୍ରୀ, ସୋନପୁରରେ ୪୩.୯ ଡିଗ୍ରୀ, ବରଗଡ଼ରେ ୪୩.୮ ଡିଗ୍ରୀ, ଟିଟିଲାଗଡ଼ରେ ୪୩.୫ ଡିଗ୍ରୀ, ତାଳଚେରରେ ୪୩.୮ ଡିଗ୍ରୀ, ବଲାଙ୍ଗିରରେ ୪୩.୩ ଡିଗ୍ରୀ, ସୁନ୍ଦରଗଡ଼ରେ ୪୨.୮ ଡିଗ୍ରୀ, ଅନୁଗୋଳ ୪୨.୧ ଡିଗ୍ରୀ ଏବଂ ରାଜଧାନୀ ଭୁବନେଶ୍ୱରରେ ୩୮.୪ ଡିଗ୍ରୀ ତାପାମତ୍ରା ରେକର୍ଡ କରାଯାଇଛି ।
ଆହୁରି ୫ ଦିନ ଏଭଳି ପ୍ରଚଣ୍ଡ ଖରା ଓ ଗୁଳଗୁଳି ରହିବ ବୋଲି ପାଣିପାଗ ବିଭାଗ ସର୍ତକ ସୂଚନା ଦେଇଛି । ଏଥିସହ ତାପମାତ୍ରା ମଧ୍ୟ ୨ ଡିଗ୍ର ବଢ଼ିପାରେ ବୋଲି ସତର୍କ ସୂଚନା ଜାରି କରାଯାଇଛି ।