ହତ୍ୟା ପରେ ମହିଳାଙ୍କୁ ପୋତିଦେଲେ
ବର୍ବରତା ସବୁ ସୀମା ଟପିସାରିଛି ମଣିଷ । ଏବେ ସମାଜରେ ଚଳିବାକୁ ଲୋକଙ୍କୁ ଡର ଲାଗିଲାଣି ।
ଦୈନିକ କେଉଁଠି ନା କେଉଁଠି ହତ୍ୟା, ହତ୍ୟା ଉଦ୍ୟମ, ଗଣଧର୍ଷଣ, ଅପହରଣ ଭଳି ଘଟଣ ଗଣମାଧ୍ୟମର ଶିରୋନାମା ପାଲଟିଛି ।
ବିଶେଷ କରି ଗତ କିଛି ଦିନ ଧରି ରାଜ୍ୟର ବିିଭିନ୍ନ ସ୍ଥାନରେ ମବ୍ଲିଚିଂ ବା ଭିଡ଼ହିଂସା ଦେଖିବାକୁ ମିଳିଛି ।
ଏହି କ୍ରମରେ ବାଲିଅନ୍ତାରେ ରେଳବାଇ କନେଷ୍ଟବଳ ସୌମ୍ୟରଂଜନ, ବାଲିପାଟଣା ଏବଂ ଓଡ଼ଗାଁରେ ମଧ୍ୟ ଲୋକଙ୍କ ପ୍ରାଣ ଜାଇଛି ।
ପୁଣି ଗତ ଗୁରୁବାର କଟକର ବାରଙ୍ଗ ନିକଟ କାଠଯୋଡ଼ି ନଦୀ ପଠାରୁ ଅଧାପୋତା ଅବସ୍ଥାରେ ଜଣେ ମହିଳାଙ୍କ ମୃତଦେହକୁ ପୁଲିସ ଠାବ କରିଛି ।
କାଠଯୋଡ଼ି ନଦୀପଠାରୁ ଅଧାପୋତା ଅବସ୍ଥାରେ ଜଣେ ମହିଳାଙ୍କ ମୃତଦେହକୁ ପୁଲିସ ଜବତ କରିଛି । ହତ୍ୟା ପରେ କେହି ଦୁର୍ବୃତ ଉକ୍ତ ମହିଳାଙ୍କ ମୃତଦେହକୁ ପୋତି ଦେଇଥିବା ପୁଲିସ ସନେ୍ଦହ କରୁଛି ।
ଏନେଇ ବାରଙ୍ଗ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବାବେଳେ ମୃତ ମହିଳାଙ୍କ ପରିଚୟ ସ୍ପଷ୍ଟ ହୋଇପାରି ନାହିଁ ।