ଗାୟକ ମିକା ସିଂହ ଭୁବନେଶ୍ୱରରେ
ଖ୍ୟାତନାମା ବଲିଉଡ ଗାୟକ ମିକା ସିଂହ ଭୁବନେଶ୍ୱର ଆସିଛନ୍ତି ।
ସାୱନ ମେ ଲଗ ଗୟୀ ଆଗ, ଗନ୍ଦି ବାତ ଭଳି ଲୋକପ୍ରିୟ ହିନ୍ଦୀ ସିନେମା ଗୀତାର ଗାୟକ ମିକା ନୟାପଲ୍ଲୀରେ ୟୁଜେନିକ୍ସ ନାମକ ଏକ ବ୍ୟବସାୟ ପ୍ରତିଷ୍ଠାନକୁ ଉଦ୍ଘାଟନ କରିଥିଲେ ।
ତାଙ୍କ ସହ ପ୍ରଖ୍ୟାତ ଟିଭି ଓ ସିନେମା ଅଭିନେତା ସୁରେନ୍ଦ୍ର ପାଲ ମଧ୍ୟ ଥିଲେ ।
ଫିକା ଧଳା ରଙ୍ଗର ପ୍ୟାଂଟ ଓ ଜୋତା ସହ ଫିକା ମାଟିଆ ରଙ୍ଗର ବ୍ଲେଜର ପିନ୍ଧିଥିଲେ । ବେକରେ ଇଂରାଜୀ ଅକ୍ଷର ‘ଏମ’ର ଏକ ଲକେଟ ପିନ୍ଧିଥିବା ଦେଖିବାକୁ ମିଳିଥିଲା । ନିଜ ଚିରାଚରିତ ଢଙ୍ଗରେ ସେ କଳା ଚଷମା ପିନ୍ଧିଥିଲେ । ପୌରାଣିକ ଧାରାବାହିକରେ କାର୍ଯ୍ୟ କରିଥିବା ଶ୍ରୀ ପାଲ ପାରମ୍ପରିକ ପୋଷାକ ପିନ୍ଧିଥିଲେ ।
ଏହି ଅବସରରେ ଅନ୍ୟତମ ଅତିଥି ଭାବେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ, ହକି ତାରକା ଦିଲୀପ ତିର୍କୀ ଓ ଅନ୍ୟମାନେ ଉପସ୍ଥିତ ଥିଲେ ।