ଗଞ୍ଜାମରେ ୬ ଜୀବନ ନେଲା ବସ
ଶୁକ୍ରବାର ଗଞ୍ଜାମ ପୁରୁଷୋତମପୁର ଥାନା ଲକଡ଼ାପଲ୍ଲୀ ଛକରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ।
ଏକ ଘରୋଇ ବସ ନିୟନ୍ତ୍ରଣ ହରାଇ ଅଟୋକୁ ଧକ୍କା ଦେବା ସହ ଘୋଷାଡ଼ି ନେବାରୁ ସେଥିରେ ସବାର ଥିବା ୬ ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି ।
ଏହି ଦୁର୍ଘଟଣାରେ ୪ ଗୁରୁତରଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।
ଖବରପାଇ ପୁଲିସ ଘଟଣାସ୍ଥଳରେ ପହଂଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।
ଅନ୍ୟପଟେ ଦୁର୍ଘଟଣା ଘଟାଇଥିବା ବସଟି ଘଟଣାସ୍ଥଳରୁ ଖସି ପଳାଇଥିବା ଜଣାପଡ଼ିଛି ।