ଟାଟା ପାୱାରର ମନମାନିକୁ ବିରୋଧ
ଧାରଣାରେ ଓଡ଼ିଶା ବିଦ୍ୟୁତ୍ ମଜଦୂର ମହାସଂଘ
ବିଭିନ୍ନ ଦାବି ନେଇ ଆନେ୍ଦାଳନକୁ ଓହ୍ଲାଇଛି ଓଡ଼ିଶା ବିଦ୍ୟୁତ୍ ମଜଦୂର ମହାସଂଘ । ଆଜିକୁ ନେଇ ଦୀର୍ଘ ୫ ଦିନ ହେବ ଭୁବନେଶ୍ୱରର ଲୋୟର ପିଏମଜି ଛକରେ ଧାରଣାରେ ବସିଛନ୍ତି ମହାସଂଘର ସଦସ୍ୟ ଓ ସଦସ୍ୟାମାନେ ।
ରାଜ୍ୟରେ ବିଦ୍ୟୁତ ଯୋଗାଣକାରୀ କମ୍ପାନୀ ଟାଟା ପାୱାର ପକ୍ଷରୁ ଏବେ କର୍ମଚାରୀ ଛଟେଇ କରାଯାଉଛି ।
ଏହି ବେଆଇନ ଛଟେଇକୁ ବିରୋଧ କରିଛି ଓଡ଼ିଶା ବିଦ୍ୟୁତ୍ ମଜଦୁର ସଂଘ ।
ସଂଘ ସଦସ୍ୟ/ସଦସ୍ୟାମାନଙ୍କ ଅଭିଯୋଗ ଯେ, ଟାଟା ପାୱାର ଯେଉଁ କର୍ମଚାରୀମାନଙ୍କୁ ଛଟେଇ କରିଛି ସେମାନଙ୍କୁ ପୁଣି ଥରେ ନିଯୁକ୍ତି ଦେଉ ।
ଏତଦ୍ବ୍ୟତୀତ ମହାସଂଘ ପକ୍ଷରୁ ୬ ଦଫା ଦାବି ନେଇ ଏହି ଧାରଣା ଦିଆଯାଇଛି ।
ମହାସଂଘର ଏହି ଧାରଣାକୁ ସମର୍ଥନ ଜଣାଇ ଟାଟା ପାୱାରର ୪ ବିଦ୍ୟୁତ୍ ବିତରଣ ସଂସ୍ଥାର ଶ୍ରମିକମାନେ ମଧ୍ୟ ଏଥିରେ ସାମିଲ ହୋଇଛନ୍ତି ।