ରାଜ୍ୟରେ ଅଂଶୁଘାତରେ ୩ ମୃତ
ବର୍ତମାନ ସାରା ଓଡ଼ିଶା ଏକ ତତଲା କଡ଼େଇ ପାଲଟିଛି ।
ପ୍ରଚଣ୍ଡ ଖରା ଓ ରୌଦ୍ରତାପ ସାଙ୍ଗକୁ ପ୍ରବଳ ଗୁଳଗୁଳି ଲୋକଙ୍କୁ ଅସହ୍ୟ କରିଦେଇଛି ।
ଏଭଳି ପରସ୍ଥିତିରେ ଏଯାବତ ଅଂଶୁଘାତରେ ୩ ଜଣଙ୍କ ମୃତ୍ୟୁ ଘଟିସାରିଲାଣି ବୋଲି ଡେପୁଟି ଏସଆରସି ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି ।
ଚଳିତ ବର୍ଷ ବଲାଙ୍ଗିର, ସୁନ୍ଦରଗଡ଼ ଓ ସୁବର୍ଣ୍ଣପୁରରେ ଜଣେ ଲେଖାଏଁ ଅଂଶୁଘାତରେ ପ୍ରାଣ ହରାଇଛନ୍ତି ।
ଏ ସଂକ୍ରାନ୍ତୀୟ ୧୬ଟି ଅଭିଯୋଗ ମଧ୍ୟରୁ ୩ଟି ଅଂଶୁଘାତଜନିତ ହୋଇଥିବା ସ୍ପଷ୍ଟ ହୋଇଛି ।
ବାକି ୧୩ଟି ଅଭିଯୋଗର ତଦନ୍ତ କରାଯାଉଥିବା ଡେପୁଟି ଏସଆରସି ଶ୍ରୀ ବେହେରା କହିଛନ୍ତି ।
ତେବେ ଲୋକେ ସଚେତନ ଥିବାରୁ ସେମାନେ ଖରାବେଳେ କାମ ନଥିଲେ ବାହାରକୁ ବାହାରୁନାହାନ୍ତି ।
ଯଦିଓ ବି କେହି ବାହାରୁଛନ୍ତି ତେବେ ସୁରକ୍ଷାତ୍ମକ ବ୍ୟବସ୍ଥା ସହ ବାହାରୁଥବିାର ଚଳିତ ବର୍ଷ ଅଂଶୁଘାତଜନିତ ମୃତ୍ୟୁସଂଖ୍ୟା କମିଛି ବୋଲି ଶ୍ରୀ ବେହେରା କହିଛନ୍ତି ।