ପୁଲିସ ପଞ୍ଝାରେ ନକଲି ଏନଆଇଏ ଅଫିସର
ନିଜକୁ ଏନଆଇଏ ଅଫିସର କହି ଲୋକଙ୍କୁ ଧମକ ଦେଇ ବାବୁ ଜଣଙ୍କ ଆଦାୟ କରୁଥିଲେ ଟଙ୍କା ।
ହେଲେ ଏହା ଏବେ ତାଙ୍କୁ ମହଙ୍ଗା ପଡ଼ିଛି ।
ଏହା ଆଉ କେଉଁଠି ନୁହେଁ ଖୋଦ ରାଜ୍ୟ ରାଜଧାନୀ ଭୁବନେଶ୍ୱରରେ ଘଟିଛି ।
ଏହି ନକଲି ଏନଆଇଏ ଅଫିସରଙ୍କୁ କମିଶନରେଟ ପୁଲିସ ବାନ୍ଧିଛି ।
ଘଟଣାରୁ ପ୍ରକାଶ ଯେ, ଗିରଫ ଅଭିଯୁକ୍ତ ଜଣକ ନିଜକୁ ଏନଆଇଏ ଅଧିକାରୀ ଦର୍ଶାଇ ଲୋକଙ୍କୁ ଭୟଭୀତ କରି ଟଙ୍କା ଆଦାୟ କରୁଥିଲେ ।
ଏନେଇ ଅଭିଯୋଗ ପରେ ତାଙ୍କୁ ଧରିବା ପାଇଁ ପୁଲିସ ପକ୍ଷରୁ ଜାଲ ବିଛାଯାଇଥିଲା ।
ତାଙ୍କ ନମ୍ବରକୁ ଟ୍ରାକ କରି ଶୁକ୍ରବାର ଖାରବେଳନଗର ପୁଲିସ ଏହି ଯୁବକଙ୍କୁ ଗିରଫ କରିଛି ।
ଗିରଫ ଅଭିଯୁକ୍ତର କି୍ରମିନାଲ ରେକର୍ଡକୁ ପୁଲିସ ତନାଘନା କରୁଛି ।
ଏଥିସହ ଅଭିଯୁକ୍ତ ବ୍ୟବହାର କରୁଥିବା ଏକ ଗାଡ଼ିକୁ ମଧ୍ୟ କମିଶନରେଟ ପୁଲିସ ଜବତ ମଧ୍ୟ କରିଛି ।
ତେବେ ତଦନ୍ତରେ ବ୍ୟାଘାତ ସୃଷ୍ଟି ଆଶଙ୍କାରେ ଅଭିଯୁକ୍ତଙ୍କ ପରିଚୟ ପୁଲିସ ଦେଇନି ।