ମୁଖ୍ୟମନ୍ତ୍ରୀଙ୍କ କାରକେଡ : ୪ଟି ଗାଡ଼ିରେ ସୀମିତ
ସମଗ୍ର ଦେଶରେ ପେଟ୍ରୋଲ ଓ ଡିଜେଲ ବ୍ୟବହାର କ୍ଷେତ୍ରରେ ଅଙ୍କୁଶ ଲାଗିଛି ।
ଦିନକୁ ଦିନ ଭାରତରେ ତୈଳ ସଂକଟ ସୃଷ୍ଟି ଯୋଗୁଁ ଦେଶବାସୀ ଚିନ୍ତାରେ ପଡ଼ିଛନ୍ତି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ବିଭିନ୍ନ ଖର୍ଚକାଟ ଓ ପେଟ୍ରୋଲ, ଡିଜେଲ ଇତ୍ୟାଦି ବ୍ୟବହାର କମ କରିବାକୁ ଆହ୍ୱାନ କରିଛନ୍ତି ।
ଏହାକୁ ଗୁରୁତ୍ୱ ଦେଇ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜ କାରକେଡକୁ ଅଧା କରିଥିବା ଜଣାପଡ଼ିଛି । ଯାହାଦ୍ୱାରା ୪ଟି ଗାଡ଼ିରେ ମୁଖ୍ୟମନ୍ତ୍ରୀଙ୍କ କାରକେଡ ସୀମିତ ରହିବ । ସୂଚନାଯୋଗ୍ୟ ଯେ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ କାରକେଡରେ ୭ଟି ଗାଡି ରହୁଥିଲା ।
ତେବେ ଏଭଳି ନିଷ୍ପତିକୁ ସାଧାରଣ ନାଗରିକ ସ୍ୱାଗତ ଜଣାଇଛନ୍ତି । ଅଧିକ ପରିମାଣରରେ ପେଟ୍ରୋଲ, ଡିଜେଲ ଇତ୍ୟାଦି ଯେପରି ବ୍ୟବହାର କରା ନଯାଏ ସେଥିପାଇଁ ରାଜ୍ୟବାସୀଙ୍କୁ ଗୁରୁତ୍ୱ ଦେବାକୁ ନିବେଦନ କରିଛନ୍ତି ।