ଆଫଗାନିସ୍ତାନ ପାଇଁ ଟିକା ପଠାଇଲା ଭାରତ
ସ୍ୱାସ୍ଥ୍ୟ କ୍ଷେତ୍ରରେ ଭାରତ ଶୁକ୍ରବାର ଆଫଗାନିସ୍ତାନ ପ୍ରତି ନିଜର ସମର୍ଥନ ପ୍ରତିପାଦିତ କରିଥିବା ପରିଲକ୍ଷିତ ହୋଇଛି । ଦେଶର ଶିଶୁ ଟୀକାକରଣ କାର୍ଯ୍ୟକ୍ରମକୁ ବୃଦ୍ଧି କରିବା ପାଇଁ ୨୦ଟନ ଗୁରୁତ୍ୱପୂର୍ଣ୍ଣ ସାମଗ୍ରୀ ଭାରତ ପଠାଇଛି ।
ସାମାଜିକ ଗଣମାଧ୍ୟମ ଏକ୍ସରେ ଏକ ପୋଷ୍ଟରେ ଏହାର ସୂଚନା ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ୱାଲ ଆହୁରି ଉଲ୍ଲେଖ କରିଛନ୍ତି । ସେ ଲେଖିଛନ୍ତି ଯେ ଆଫଗାନିସ୍ତାନର ଶିଶୁ ଟୀକାକରଣ କାର୍ଯ୍ୟକ୍ରମକୁ ବୃଦ୍ଧି କରିବା ପାଇଁ ଭାରତ କାବୁଲକୁ ବିସିଜି ପାଇଁ ୨୦ଟନ ଗୁରୁତ୍ୱପୂର୍ଣ୍ଣ ଶୁଷ୍କ ସାମଗ୍ରୀ ଏବଂ ଟିଟାନସ ଓ ଡିପଥେରିଆ (ଟିଡି) ଟୀକା ପ୍ରଦାନ କରୁଛି ।
ଭାରତ ସ୍ୱାସ୍ଥ୍ୟ କ୍ଷେତ୍ରରେ ଆଫଗାନିସ୍ତାନର ବନ୍ଧୁତ୍ୱପୂର୍ଣ୍ଣ ଲୋକଙ୍କୁ ସମର୍ଥନ କରିବାକୁ ପ୍ରତିବଦ୍ଧ ବୋଲି ଜୟସ୍ୱାଲ ଲେଖିଛନ୍ତି ।
ପୂର୍ବରୁ ମଧ୍ୟ ଏପ୍ରିଲରେ ଆଫଗାନିସ୍ତାନର ଶିଶୁ ଟୀକାକରଣ ପ୍ରୟାସକୁ ସମର୍ଥନ କରିବା ପାିଁ ଭାରତ ଦ୍ୱାରା ୧୩ଟନ ବାସିଲ କାଲମେଟ-ଗୁଏରିନ (ବିସିଜି) ଟୀକା ସହ ସମ୍ପର୍କିତ ଅନ୍ୟାନ୍ୟ ସାମଗ୍ରୀ ଭାରତ ଯୋଗାଇଛି ।
ପୂର୍ବରୁ ଏପ୍ରିଲ ୫ରେ ବନ୍ୟା ଏବଂ ଭୂମିକମ୍ପ ପ୍ରଭାବିତ ଆଫଗାନିସ୍ତାନକୁ ସମର୍ଥନ କରିବା ପାଇଁ ଭାରତ ମାନବିକ ସହାୟତା ପ୍ରଦାନ କରିଥିବା ମଧ୍ୟ ବୈଦେଶିକ ମନ୍ତ୍ରଣାଳୟ ସୂଚନା ଦେଇଛି ।