ମାଆଙ୍କ କଟା ହାତ ଧରି ରାସ୍ତାରେ ଯବାନ
ମାଆର କଟା ହାତ ଧରି ରାସ୍ତାରେ ଯବାନ ଥିବା ଘଟଣା ଉତରପ୍ରଦେଶ ଇତିହାସରେ ପ୍ରଥମ ।
ନ୍ୟାୟ ପାଇଁ ବାରମ୍ବାର ଦାବି କରିବା ପରେ ନିରାଶ ହୋଇ ଶେଷରେ କାନପୁରରେ ପୁଲିସ କମିସନରଙ୍କ କାର୍ଯ୍ୟାଳୟକୁ ଘେରିଥିଲେ ଆଇଟିବିପି ସୈନିକମାନେ । ଚିକିତ୍ସା ସମୟରେ କନଷ୍ଟେବଳ ବିକାଶ ସିଂହଙ୍କ ମାଆଙ୍କ ହାତ କାଟିବା ମାମଲାରେ ସ୍ୱାସ୍ଥ୍ୟ ବିଭାଗର ତଦନ୍ତ ରିପୋର୍ଟରେ ଅସନ୍ତୋଷ ଯୋଗୁଁ ଏହି ପ୍ରତିବାଦ କରାଯାଇଥିଲା ।
ଦେଶର ସୀମାକୁ ଜମି ରହିଥିବା ସୈନିକଙ୍କ ସହ ଏଭଳି ଘଟଣାକୁ ଦୃଢ଼ ନିନ୍ଦା କରାଯାଇଛି । କାନପୁରରୁ ଏହି ହୃଦୟ ବିଦାରକ ଚିତ୍ର ସାଧାରଣଙ୍କ ସାମ୍ନାକୁ ଆସିଛି ।
ସୈନିକ ତାଙ୍କ ମାଆଙ୍କ କଟା ହାତ ନ୍ୟାୟ ପାଇବା ପାଇଁ ଅନେକେ ସ୍ଥାନ ବୁଲିଥିଲେ ।
ହସ୍ପିଟାଲର ଅବହେଳା ଏବଂ ପରିବର୍ତୀ ସମୟରେ ସ୍ୱାସ୍ଥ୍ୟ ଏବଂ ପୁଲିସ ବିଭାଗର ଉଦାସୀନତାର ସମ୍ମୁଖୀନ ହୋଇ ତାଙ୍କ ମାଆଙ୍କୁ ନ୍ୟାୟ ଦାବି କରି କମାଣ୍ଡୋମାନେ ଶନିବାର କାନପୁର ପୁଲିସ କମିସନରଙ୍କ କାର୍ଯ୍ୟାଳୟକୁ ଘେରିଥିଲେ ।