ଅଂଶୁଘାତରେ ମୃତ୍ୟୁ ଅଭିଯୋଗ
ସମଗ୍ର ରାଜ୍ୟରେ ତାପପ୍ରବାହ ଜାରି ରହିଛି । ସାଧାରଣଙ୍କୁ ସକାଳ ୧୧ଟା ପରେ ପଦାକୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି ।
ଏଭଳି ସ୍ଥଳେ କିଛି ସ୍ଥାନରୁ ଅଂଶୁଘାତ ଜନିତ ମୃତ୍ୟୁ ଖବର ସମ୍ମୁଖକୁ ଆସିଛି । ଶନିବାର ଅଂଶୁଘାତରେ ବନ ବିଭାଗର ପାରା କର୍ମଚାରୀଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି ।
ଗୋବିନ୍ଦପାଲି ପାଟ୍ରୋଲିଂ ପାଇଁ ଗଲାବେଳେ ମଝିରାସ୍ତାରେ କର୍ମଚାରୀ ଗୌରାଙ୍ଗ ପୁଜାରୀ ପଡ଼ି ଯାଇଥିଲେ । ସଙ୍ଗେ ସଙ୍ଗେ ତାଙ୍କୁ ମାଥିଲି ହାସପାତାଳକୁ ନିଆଯାଇଥିଲା । କିନ୍ତୁ ସେଠାରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହୋଇପଡ଼ିବାଦ୍ୱାରା ପରେ ମାଲକାନଗିରିକୁ ସ୍ଥାନାନ୍ତର କରାଯାଇଥିଲା ।
ମାଲକାନଗିରି ଜିଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତର ତାଙ୍କୁ ମୃତ୍ୟ ଘୋଷଣା କରିଥିଲେ ।
ସୂଚନାଯୋଗ୍ୟ ଯେ ଗୌରାଙ୍ଗା ପୂଜାରୀ ମାଥିଲି ବନାଂଚଳରେ ବନ ପାରାଗାର୍ଡ ଭାବେ କାର୍ଯ୍ୟରତ ଥିଲେ ।