କବାଡ଼ିଆ ଗୋଦାମରେ ନିଅାଁ
ଭୁବନେଶ୍ୱର ଉପକଣ୍ଠ ବାଳକାଟିସ୍ଥିତ ଏକ କବାଡ଼ିଆ ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ ଲାଗିଛି ।
ଏଠାରେ ଥିବା ଭାର୍ଗବୀ ସେତୁ ତଳେ ଥିବା ଏକ କବାଡ଼ିଆ ଗୋଦାମରେ ନିଆଁ ଲାଗିଥିବା ଜଣାପଡ଼ିଛି ।
ଖବରପାଇ ଅଗ୍ନିଶମ ବାହିନୀର ଆଗ୍ନିକମାନେ ଘଟଣାସ୍ଥଳରେ ପହଂଚି ନିଅାଁକୁ ଆୟତ କରିବାକୁ ଚେଷ୍ଟା ଜାରି ରଖିଛନ୍ତି ।
ଏହି ଅଗ୍ନିକାଣ୍ଡରେ ଉକ୍ତ କବାଡ଼ିଆ ଗୋଦାମର ଲକ୍ଷାଧିକ ଟଙ୍କାର ଜିନିଷ ପୋଡ଼ି ପାଉଁଶ ହୋଇଯାଇଛି ।
ତେବେ ଏହି ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇପାରି ନାହିଁ ।