୧୮ ରାଜ୍ୟକୁ ଝଡ଼ବର୍ଷା ସର୍ତକତା ଜାରି
ଦେଶର ଅନେକ ରାଜ୍ୟରେ ପ୍ରବଳ ଗରମ ଅନୁଭୂତ ହେଉଥିବାବେଳେ ପାଣିପାଗ ବିଭାଗ ବିହାର, ଉତରପ୍ରଦେଶ, ହିମାଚଳ ପ୍ରଦେଶ ଏବଂ ସିକିମ ସମେତ ୧୮ଟି ରାଜ୍ୟରେ ବର୍ଷା ସତର୍କତା ଜାରି କରିଛି ।
ଆଗାମୀ ୪-୫ଦିନ ମଧ୍ୟରେ କେରଳ, ଲାକ୍ଷାଦ୍ୱୀପ, ତାମିଲନାଡ଼ୁ ଏବଂ ଉତର-ପୂର୍ବ ଏବଂ ସଂଲଗ୍ନ ପୂର୍ବ ଭାରତର ବିଚ୍ଛିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହି ସମୟ ମଧ୍ୟରେ ଘଂଟା ପ୍ରତି ୫୦ରୁ ୭୦କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି ।
ପାଣିପାଗ ବିଭାଗ ଅନୁଯାୟୀ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଦ୍ରୁତ ଗତିରେ ଆଗକୁ ବଢ଼ୁଛି ।
ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଦକ୍ଷିଣ-ପଶ୍ଚିମ ଏବଂ ଦକ୍ଷିଣ-ପୂର୍ବ ଆରବ ସାଗର, କୋମେରିନ ଅଂଚଳ, ଦକ୍ଷିଣ-ପଶ୍ଚିମ, ଦକ୍ଷିଣ-ପୂର୍ବ ଏବଂ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଓ ଆଣ୍ଡାମାନ ସାଗରର ଅବଶିଷ୍ଟ ଅଂଶକୁ ଆଗାମୀ ୨-୩ଦିନ ମଧ୍ୟରେ ଆଗକୁ ବଢ଼ିବା ପାଇଁ ପରିସ୍ଥିତି ଅନୁକୂଳ ରହିଛି ।
ମୌସୁମୀ ପ୍ରଭାବରେ କେରଳ, ଲାକ୍ଷାଦ୍ୱୀପ, ତାମିଲନାଡ଼ୁ, ଆନ୍ଧ୍ର ପ୍ରଦେଶ ଏବଂ ତେଲେଙ୍ଗାନାରେ ବର୍ଷା ତୀବ୍ର ହେବାର ସମ୍ଭବନା ରହିଛି ।