ପଦ୍ମ ଧରିଲେ ଦେବାଶିଷ
କଟକ ବିଜେଡି ମୁରବିଶୂନ୍ୟ !
ଗତ କାଲି ସୋମବାର ବିଜେଡିର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଥିବା ପୂର୍ବତନ ବାରବାଟୀ-କଟକ ବିଧାୟକ ଦେବାଶିଷ ସାମନ୍ତରାୟ ମଙ୍ଗଳବାର ବିଜେପିରେ ଯୋଗ ଦେଇଛନ୍ତି ।
ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ତାଙ୍କୁ ଦଳୀୟ ଟୋପି ଓ ଉତରୀୟ ଦେଇ ଦଳକୁ ସ୍ୱାଗତ କରିଛନ୍ତି ।
ଫଳରେ କଟକରେ ବିଜେଡିକୁ ଲାଗିଛି ଶକ୍ତ ଝଟ୍କା ।
ଏପରିକି ଏହାପରେ କଟକ ବିଜେଡି ମୁରବି ଶୂନ୍ୟ ହୋଇପାରେ ବୋଲି ମଧ୍ୟ ରାଜନୈତିକ ବିଶେଷଜ୍ଞମାନେ ଅନୁମାନ କରୁଛନ୍ତି ।
ମଙ୍ଗଳବାର ଦିଲ୍ଲୀସ୍ଥିତ ବିଜେପିର ଦଳୀୟ ମୁଖ୍ୟାଳୟରେ ବିଧିବଦ୍ଧ ଭାବେ ଦେବାଶିଷ ବିଜେପିରେ ଯୋଗ ଦେଇ ପଦ୍ମ ଧରିଛନ୍ତି ।
ଦେବାଶିଷଙ୍କୁ ମିଶାଇ ଏଯାବତ ୩ ଜଣ ବିଜେଡି ରାଜ୍ୟସଭା ସାଂସଦ ଦଳ ଛାଡ଼ିସାରିଲେଣି ।
ତେଣେ ଚୌଦ୍ୱାର-କଟକର ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ ମଧ୍ୟ ବିଜେଡି ଉପରେ ଖପ୍ପା ଥିବାବେଳେ ବାଙ୍କୀର ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀ ମଧ୍ୟ ବିଜେଡି ଠାରୁ ବହୁ ଦୂରରେ ରହୁଛନ୍ତି ।
ଏପରିସ୍ଥଳେ କଟକରୁ ବିଜେଡ଼ି ଏକରକମ ମୁରବିଶୂନ୍ୟ ହୋଇଯାଇଛି କହିଲେ ଚଳେ ।