ମୋଦି ସରକାରକୁ ୧୨ ବର୍ଷ
ଇତିମଧ୍ୟରେ କେନ୍ଦ୍ରରେ କ୍ଷମତାସୀନ ମୋଦି ସରକାର ତା’ର ୧୨ ବର୍ଷର ଯାତ୍ରା ସଫଳତାପୂର୍ବକ ଶେଷ କରିଛି ।
ଏହି ୧୨ ବର୍ଷ ମଧ୍ୟରେ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ଏନଡିଏ ସରକାର ଭାରତର ପ୍ରଗତି ଓ ବିକାଶ ପାଇଁ ୧୨ଟି ଗୁରୁ୍ତ୍ୱପୂର୍ଣ୍ଣ ନିଷ୍ପତି ନେଇଛି ।
ସେଗୁଡ଼ିକ ହେଲା ସ୍କିଲ ଇଣ୍ଡିଆ, ଷ୍ଟାର୍ଟପ ଇଣ୍ଡିଆ, ହଜାର ହଜାର କି.ମି. ଏକ୍ସପ୍ରେସ ୱେ, ବିମାନବନ୍ଦରର ସଂଖ୍ୟାବୃଦ୍ଧି ବିଶ୍ୱରେ ଭାରତକୁ ଦେଇଛି ନୂତନ ପରିଚୟ ।
ସେହିପରି ଏବେ ସମଗ୍ର ଦେଶରେ କ୍ୟାସଲେସ ଟ୍ରାନଜାକସନ ଚାଲିଛି । ଲୋକେ ଘରେ ବସି ମୋବାଇଲ ଯୋଗେ ୟୁପିଆଇ ଜରିଆରେ ନେଣଦେଣ କରିପାରୁଛନ୍ତି । ‘ଅପରେସନ ସିନ୍ଦୁର’ କରି ପାକିସ୍ତାନ ଓ ପାକ ସମର୍ଥିତ ଆତଙ୍କବାଦୀ ସଂଗଠନ ଗୁଡ଼ିକୁ ଆଂଠେଇ ଦେଇଛନ୍ତି ।
ଏକଦା ଆତଙ୍କବାଦୀଙ୍କ ପାଇଁ ଭୂସ୍ୱର୍ଗ ପାଲଟିଥିବା ଜମ୍ମୁ-କାଶ୍ମୀର ଏଦେ ଦେଶର ମୁଖ୍ୟସ୍ରୋତରେ ସାମିଲ ହୋଇଛି ।
ଏଠାରେ ବିକାଶ ପହଂଚିପାରିଛି ।
ଦେଶରେ ଆର୍ଥିକ, ସାମାଜିକ ଓ ବୈଷୟିକ ବିକାଶ ମଧ୍ୟ ଘଟିଛି ।