ଶ୍ୱାସରୁଦ୍ଧ ହୋଇ ୬ଜଣଙ୍କ ମୃତ୍ୟୁ ଘଟଣା : ୪ଲକ୍ଷ ଟଙ୍କା ଲେଖାଁଏ ସହାୟତା ଘୋଷଣା
କଳାହାଣ୍ଡିରେ ଶ୍ୱାସରୁଦ୍ଧ ହୋଇ ୬ଜଣଙ୍କ ମୃତ୍ୟୁ ଘଟଣାରେ ସହାୟତା ଘୋଷଣା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କରିଛନ୍ତି ।
ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ଲକ୍ଷ ଲେଖାଁ ସହାୟତା କରାଯାଇଛି । ମୁଖ୍ୟମନ୍ତ୍ରୀ ଗଭୀର ଶୋକ ପ୍ରକାଶ କରିବା ସହ ସମବେଦନା ମଧ୍ୟ ଜଣାଇଛନ୍ତି ।
ନିର୍ମାଣାଧୀନ ପାଇଖାନା ଟାଙ୍କିରେ ଶ୍ୱାସରୁଦ୍ଧ ହୋଇ ୬ଜଣ ଶ୍ରମିକଙ୍କ ପ୍ରାଣହାନୀ ଘଟିଥିଲା ।
ମଦନପୁର ରାମପୁର ଥାନା ଗୌଡ଼ କର୍ଲାଖୁଂଟା ଗ୍ରାମରେ ମଙ୍ଗଳବାର ଏହି ଅଘଟଣ ଘଟିଥିବା ଖବର ମିଳିଛି । ସେଂଟ୍ରି ବେଳେ ଶ୍ୱାସରୁଦ୍ଧ ହୋଇ ୬ଜଣଙ୍କ ମୃତ୍ୟୁ ହୋଇଥିବା ସହ ଜଣଙ୍କୁ ଗୁରୁତର ଅବସ୍ଥାରେ ହାସପାତାଳରେ ଭର୍ତି କରାଯାଇଛି । ଖବର ପାଇ ପୁଲିସ ପହଂଚି ତଦନ୍ତ ଆରମ୍ଭ କରିଛି ।
ମୃତକଙ୍କ ମଧ୍ୟରେ ୩ଜଣ ମିସ୍ତ୍ରୀ, ଜଣେ ଶ୍ରମିକ, ମାଲିକ ଏବଂ ତାଙ୍କ ପୁଅ ଅଛନ୍ତି । ପ୍ରଥମେ ଜଣେ ମିସ୍ତ୍ରୀ ପାଇଖାନା ଟାଙ୍କି ଭିତରେ ପଡ଼ି ଯାଇଥିଲେ । ତାଙ୍କୁ ବଂଚାଇବାକୁ ଯାଇ ଆଉ ୫ଜଣ ଜୀବନ ଚାଲିଯାଇଥିବା ତଦନ୍ତରୁ ଜଣାପଡ଼ିଛି । ଅନ୍ୟ ଜଣେ ଶ୍ରମିକଙ୍କୁ ଗୁରୁତର ଅବସ୍ଥାରେ ଭବାନୀପାଟଣାକୁ ସ୍ଥାନାନ୍ତର କରାଯାଇଛି ।